ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ

ମାଲକାନଗିରି, ୨୨/୦୩: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଶ୍ରମଜୀବି ସଙ୍ଗଠନ ଲୋକ ସଂଗଠନ ପକ୍ଷରୁ ଆଜି ଖଇରପୁଟ ବ୍ଲକର ସଭାପତି ଶ୍ରୀଯୁକ୍ତ ରେଲି ଖିଲଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ଖଇରପୁଟ ହାଟପଦା ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରାରେ ଆସି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବି ପତ୍ରରେ ସଂଗଠନ ଉଲ୍ଲେଖ କରିଛି ଯେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଆସୁଥିବା ଯୋଗୁଁ ଗ୍ରାମ ମାନଙ୍କରେ ଘୋର ପିଇବା ପାଣି ସମସ୍ୟା ଦେଖା ଦେଲାଣି ତାହାକୁ ଆଖି ଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରାଯାଉ ଏବଂ ଯେଉଁ ଗ୍ରାମ ଗୁଡିକରେ ଜଳ ସଙ୍କଟ ଥିବ ସେଠାରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କରାଯାଉ l ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି ଖୋଲାଯାଉ, ନିଜସ୍ୱ ଘର ନିର୍ମାଣ, ପୁର୍ଥକ ପାଇଖାନା ଓ ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରାଯାଉ l କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରାଇ ପୃଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉ l ଏଥିରେ ଅନ୍ୟାନ୍ୟ ସମସ୍ୟା ଯେମିତିକି ରାସ୍ତାଘାଟ, ଶୋକପିଟ ଓ ଡ୍ରେନେଜ ଆଦି ନିର୍ମାଣ ଓ ମରାମତି କରାଯିବା ଦର୍ଶାଯାଇଛି l ଏହି ଶୋଭାଯାତ୍ରାରେ ସଂଗଠନ ସଦସ୍ୟା/ସଦସ୍ୟ ଶ୍ରୀଯୁକ୍ତ ରେଲି ଖିଲ ବ୍କକ (ସଭାପତି), ସଂଗଠନର କାର୍ଯ୍ୟ କାରିଣି କମିଟି ଯଥା ଶ୍ରୀ ଗୋବର୍ଦ୍ଧନ ପାଙ୍ଗି, ଜିତେନ୍ଦ୍ର ଖିଲ, ଶୁକ୍ରାଗୁରୁ ତେଲି, ମୁକୁନ୍ଦ ମାଝୀ, କୃଷ୍ଣ ଶିଶା ଓ ଖଇରପୁଟ ବ୍ଳକର ୧୧ଗୋଟି ପଞ୍ଚାୟତ ଭୁକ୍ତ ୧୦୮ ଗ୍ରାମର ପାଖାପାଖି ୧୫୦ରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷଙ୍କ ମିଳିତ ଉଦ୍ୟମରେ ଶୋଭାଯାତ୍ରାରେ ଯୋଗ ଦେଇ ଖଇରପୁଟ ବ୍ଳକ ପ୍ରମୁଖଙ୍କ ତତ୍ଵାବଧାନରେ ପରିଚାଳିତ କରାଯାଇଥିଲା l

Leave A Reply

Your email address will not be published.