ଝାଡ଼ାବାନ୍ତିରେ ୩୦ ଜଣ ଆକ୍ରାନ୍ତ

କଟକ,(ନୃସିଂହ ଚରଣ ଦାସ ): କଟକ ଜିଲ୍ଲା ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର ଦାରିଆପୁର ଗ୍ରାମରେ ଅଷ୍ଟପ୍ରହରୀ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଅସୁସ୍ଥ । ସାଲେପୁର ମେଡିକାଲରେ ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟ ଅସୁସ୍ଥମାନେ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ମେଡିକାଲରେ ମଧ୍ୟ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆଉ କିଛି ସ୍ଥାନୀୟ ମେଡ଼ିସିନ ଷ୍ଟୋରରୁ ମଧ୍ୟ ମେଡିସିନ ଖାଇ ଘରେ ଥିବା ଜାଣିବାକୁ ମିଳିଛି। ମେଡିକାଲରେ ସେ ଭଳି ସେବା ଯୋଗାଇ ଦେବାରେ ଅବହେଳା ହେତୁ ତୁରନ୍ତ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରୋଗୀ ଦାବି କରିଛନ୍ତି।

Leave A Reply

Your email address will not be published.