ଶିକାରୀ କବଳରୁ ବିଦେଶୀ ପକ୍ଷୀ ଉଦ୍ଧାର

ଚିତ୍ରକୋଣ୍ଡା, ୦୭/୦୪/୨୩: ଶିକାରୀ କବଳରୁ ଏକ ବିଦେଶୀ ପକ୍ଷୀ ଉଦ୍ଧାର କରିଛି ଚିତ୍ରକୋଣ୍ଡା ବନାଞ୍ଚଳ କର୍ମଚାରୀ। ଚିତ୍ରକୋଣ୍ଡା ସ୍ଥିତ ଆରଙ୍ଗୀ ନଦୀକୂଳରେ ଶିକାରୀଙ୍କ ଫାଶରେ ଏହି ବିଦେଶୀ ପକ୍ଷୀଟି ବିଛା ଯାଇଥିବା ଜାଲରେ ପଶିଯାଇଥିଲା। ଖବର ପାଇ ବନାଞ୍ଚଳ କର୍ମଚାରୀ ଯାଇ ପକ୍ଷୀଟିକୁ ଉଦ୍ଧାର କରି ଭେଟନାରୀ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରିଥିଲେ ଏବଂ ପକ୍ଷୀଟି ସୁସ୍ତ ଅଛି। କିଛି ସମୟ ପରେ ଏହି ପକ୍ଷୀଟିକୁ ସେହି ନଦୀ କୁଳରେ ଛାଡିବେ ବୋଲି ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ।

Leave A Reply

Your email address will not be published.