ମାଲକାନଗିରି ଉପ ଜିଲ୍ଲାପାଳ ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନିତ

ମାଲକାନଗିରି, ୩୦/୦୫/୨୦୨୩: ମାଲକାନଗିରି ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ (ଡକ୍ଟରେଟ ଇନ ଫିଲୋସଫି, ଅନରିସ କୋଜା) ତାମିଲନାଡୁ ସ୍ଥିତ ପେରାମବୁଲୁର ଠାରେ ଏକ ଆନ୍ତଃ ରାଷ୍ଟ୍ରୀୟ ଦୀକ୍ଷାନ୍ତ ସମାରୋହରେ ସମ୍ମାନିତ କରାଯାଇଛି। ଏହି ଡକ୍ଟରେଟ ସମ୍ମାନ ଉତ୍ତର ମେରିଆନା ଆଇଲେଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ସମ୍ନାନଜନକ କାଲିଫର୍ଣ୍ଣିଆ ପବ୍ଲିକ ବିଶ୍ୱ ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଅଛି। ଶ୍ରୀ ଖେମୁଣ୍ଡୁଙ୍କୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନ (ସାଧାରଣ ପ୍ରଶାସନ) ବିଷୟବସ୍ତୁ ଉପରେ ବିଶେଷ ଭାବରେ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ତାଙ୍କର ସାଧାରଣ ପ୍ରଶାସନ ପ୍ରତି ବଳିଷ୍ଠ ଅବଦାନ, କାର୍ଯ୍ୟଶୈଳୀ, କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ନିପୁଣତା ଜନ ସାଧାରଣଙ୍କ ପାଖରେ ସମର୍ପିତ ଭାବରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପହଞ୍ଚେଇବାରେ ଫଳପ୍ରଦ କରିବା ଇତ୍ୟାଦି ବିଷୟକୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସିନେଟ ଅବଲୋପନ କରିବା ପରେ ସିନେଟର ଅନୁମୋଦନ କ୍ରମେ ଶ୍ରୀ ଖେମୁଣ୍ଡୁଙ୍କୁ ଏହି ସମ୍ମାନଲନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ଏହି ସମାରୋହରେ ଦେଶ ବିଦେଶରୁ ବିଭିନ୍ନ ଗବେଷକ ଓ ପ୍ରାଧ୍ୟାପକ ଯୋଗ ଦେଇଥିବା ସୁଚନା ମିଳିଛି।

ଶ୍ରୀ ଖେମୁଣ୍ଡୁ ଜଣେ ପ୍ରଶାସନିକ ଅଧିକାରୀ ଭାବରେ ତାଙ୍କରି କାର୍ଯ୍ୟ ଦକ୍ଷତାକୁ ନେଇ ଜନସାଧାରଣଙ୍କ ପାଖରେ ବେସ ଆଦୃତ ହେଇପାରିଛନ୍ତି। ମାଲକାନଗିରି ଜିଲ୍ଲାରେ ଉପ ଜିଲ୍ଲାପାଳ ଭାବେ ଅବସ୍ଥାପିତ ପୂର୍ବରୁ ସେ ଓଡ଼ିଶାର କେନ୍ଦ୍ରାପଡ଼ା, ଗଞ୍ଜାମ, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଓ ନୟାଗଡ ଜିଲ୍ଲାମାନଙ୍କରେ ତାଙ୍କର କାର୍ଯ୍ୟକୁ ସୁସମ୍ପାଦନା କରି ଲୋକଙ୍କ ପାଖରେ ଆଦୃତ ହେବାସହ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବରେ ବେସ ସଫଳତା ଅର୍ଜନ କରିପାରିଛନ୍ତି। ମାଲକାନଗିରି ଭଳି ଏକଦା ମାଓ ପ୍ରବଣ ଜିଲ୍ଲାରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଦକ୍ଷ କାର୍ଯ୍ୟଶୈଳୀ ସମସ୍ତଙ୍କୁ ଆସ୍ଥାଭାଜିତ ଓ ପ୍ରିୟଭାଜିତ କରିପାରିଛି। ନିକଟ ଅତୀତରେ ଯୁବ ଭୋଟର ତଥା ଆଦିମ ଅଧିବାସୀ (ପି.ଭି.ଟି.ଜି) ମାନଙ୍କୁ ଅଧିକରୁ ଅଧିକ ଭୋଟର ତାଲିକାରେ ସାମିଲ କରିବାର ପ୍ରୟାସ ମାଲକାନଗିରି ଜିଲ୍ଲା ରାଜ୍ୟରେ ଏକ ନମ୍ବର୍ ଥିଲା। ଏଥିପାଇଁ ନିର୍ବାଚନ କମିଶନ ରାଜ୍ୟ ସ୍ତରୀୟ ସମ୍ମାନ ଶ୍ରୀ ଖେମୁଣ୍ଡୁଙ୍କୁ ଭୁବନେଶ୍ୱର ଠାରେ ରାଜ୍ୟପାଳଙ୍କ ଦ୍ଵାରା କରାଯାଇଛି। ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଶ୍ରୀ ଖେମୁଣ୍ଡୁଙ୍କ ଅଭିଜ୍ଞତା ଓ ଦକ୍ଷତା ଅତ୍ୟନ୍ତ ଉଲ୍ଲେଖନୀୟ, ଯେଉଁଥିପାଇଁ ବିଭିନ୍ନ ଉଚ୍ଚ ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ପାଖରେ ସେ ବହୁବାର ପ୍ରଶଂସିତ ହେଇଛନ୍ତି। କୋଭିଡ ମହାମାରୀ ସମୟରେ ନୟାଗଡ ସ୍ଥିତ ଦଶପଲ୍ଲାରେ କର୍ଯ୍ୟରତ ଥିବାବେଳେ ତାଙ୍କରି ଉତ୍ସର୍ଗୀକୃତ ସେବା ମନୋଭାବ ଓ କାର୍ଯ୍ୟଶୈଳୀ ସ୍ଥାନୀୟ ଜନସାଧାରଣଙ୍କ ପାଖରେ ଏବେବି ଉଦ୍ଜୀବିତ ରହିଛି। ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉପ ଜିଲ୍ଲାପାଳ ଭାବରେ ଉଚ୍ଚ ଶିକ୍ଷାର ଗୁଣବତ୍ତା, ବିଭିନ୍ନ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଶିକ୍ଷାର ମାନ ଉତ୍କୃଷ୍ଟ କରେଇବାରେ ଶ୍ରୀ ଖେମୁଣ୍ଡୁଙ୍କ ପ୍ରୟାସ ବୁଦ୍ଧିଜୀବୀମାନଙ୍କ ପାଖରେ ବେସ ଆଦୃତ ହେଇପାରିଛି। ଏତଦ ବ୍ୟତୀତ ସାଧାରଣ ଜନତାଙ୍କ ସମସ୍ୟା ସହିତ ସର୍ଵଦା ଜୋଡୀତ ହୋଇ ସେହି ସମସ୍ୟାର ନିରାକରଣ ନିମନ୍ତେ ନିରନ୍ତର ପ୍ରୟାସ ଅବିଭକ୍ତ କୋରାପୁଟ ଜିଲ୍ଲାର ମାନସ ପଟରେ ଶ୍ରୀ ଖେମୁଣ୍ଡୁଙ୍କୁ ଆପଣେଇ ନେଇପାରିଛି।

ପ୍ରକାଶ ଥାଉ କି, ଶ୍ରୀ ଖେମୁଣ୍ଡୁ ଓଡିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହେବା ପୂର୍ବରୁ ଓଡ଼ିଶାର ପ୍ରସିଦ୍ଧ କଲେଜ ବିଜେବି ଜଲେଜ ଭୁବନେଶ୍ବର ଓ ଭାରତର ସୁନାମଧନ୍ୟ ଦିଲ୍ଲୀସ୍ଥିତ ଅନୁଷ୍ଠାନ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଥିଲେ। ସେ ଜଣେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣାଶୁଣା ଶିକ୍ଷାବିତ ଜୟଚନ୍ଦ୍ର ଖେମୁଣ୍ଡୁ ଓ ଶିକ୍ଷୟିତ୍ରୀ ସରୋଜିନୀ ଖେମୁଣ୍ଡୁଙ୍କ ସୁପୁତ୍ର ଅଟନ୍ତି। ତାଙ୍କରି ଜନ୍ମଗ୍ରାମ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକରେ ଅବସ୍ଥାପିତ। ଏହି ସମ୍ମାନ ଆଗାମୀ ଦିନରେ ଲୋକଙ୍କ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବା ପାଇଁ ଏକ ନୂତନ ଉର୍ଜା ଜାଗରଣ ସୃଷ୍ଟି କରିବା ସହ ଯୁବ ପିଢୀଙ୍କ ପାଇଁ ଏହା ପ୍ରେରଣାଦାୟୀ ହେବବୋଲି ଶ୍ରୀ ଝେମୁଣ୍ଡୁ ପ୍ରକାଶ କରିଛନ୍ତି। ଏହି ସମ୍ମାନ ପାଇଁ ଓଡିଶାର ବିଶିଷ୍ଠ ସମାଜସେବୀ ମାମୁଁ ପ୍ରଭାକର ହନ୍ତାଳ, ବନ୍ଧୁ ପରିଜନ, ଓଡିଶା ତଥା ବିଶେଷ ଭାବରେ ଅବିଭକ୍ତ କୋରାପୁଟର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଶ୍ରୀ ଖେମୁଣ୍ଡୁଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।

Leave A Reply

Your email address will not be published.