+୨ ବାଣିଜ୍ୟରେ ଜିଲ୍ଲାରେ ଟପ୍ପର ଥିବା ଆଦିମ ଜନଜାତି ବଣ୍ଡା ଝିଅ କରମା ମୁଦୁଲି ଉଚ୍ଚ ଶିକ୍ଷା ପାଇଁ ଦିନ ମଜୁରିଆ ପାଲଟିଛି; ସାହାଯ୍ୟ ପାଇଁ ସରକାରଙ୍କୁ ଅନୁରୋଧ କରୁଛି

ମାଲକାନଗିରି: ରାଜ୍ୟ ସରକାର ବିଭିନ୍ନ ଯୋଜନା ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରଣୟନ କରୁଛନ୍ତି ସତ, ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ିବା ପାଇଁ ମାଗଣା ପାଠ୍ୟ ପୁସ୍ତକ, ମାଗଣା ଖାଦ୍ୟ, ପୋଷାକ ପତ୍ର ଇତ୍ୟାଦି ଯୋଗାଇ ଦିଆଯାଉଛି। ଶିକ୍ଷାର ବିକାସ ଓ ଅଗ୍ରଗତି ହେଲେ ଦେଶ ଓ ରାଜ୍ୟ ବିକାସ ହେବ ସେଥିପାଇଁ ଶିକ୍ଷାର ମାନ ଦଣ୍ଡ ବୃଦ୍ଧି ଓ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି । କିନ୍ତୁ ବାସ୍ତବରେ ତୃଣ ମୂଳ କ୍ଷେତ୍ର ଏହାର କାର୍ଯ୍ୟକାରୀ ହେଇ ପାରୁନାହିଁ । ଏପରି ଏକ ଦୃଶ୍ୟ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ବଣ୍ଡା ଘାଟି ମୁଦୁ ଲିପଡା ଅଞ୍ଚଳର ଆଦିମ ଜନଜାତି ବଣ୍ଡା ଝିଅ କରମା ମୁଦୁଲି ଆଜି ଉଚ୍ଚ ଶିକ୍ଷା କରିବା ପାଇଁ ପାଲଟିଛି ଦିନ ମଜୁରିଆ । ଦିନେ +୨ରେ ଜିଲ୍ଲା ଟପ୍ପର ହେବା ପରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ମହାମହିମ ରାଜ୍ୟପାଳଙ୍କ ଠାରୁ କରମା ସମ୍ମାନିତ ପାଇଥିଲେ । ଏହା ସହ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଶ୍ଵାସନା ଦେଇଥିଲେ କିନ୍ତୁ ତାହା ପାଣିର ଗାର ସଦୃଶ ହୋଇ ରହିଲା ଯାହା ଫଳରେ ଆଜି ଦିନ ମଜୁରିଆ ହୋଇ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ସଞ୍ଚୟ କରୁଛନ୍ତି। ସେ ବର୍ତ୍ତମାନ ବୁବନେଶ୍ୱର ସ୍ଥିତ ରମା ଦେବୀ ମହିଳା ବିଶ୍ଵ ବିଦ୍ୟାଳୟରେ +୩ ବାଣିଜ୍ୟ ଛାତ୍ରୀ ରୁପେ ଅଧ୍ୟୟନ କରୁଛନ୍ତି। ଛୁଟିଥିବା ଯୋଗୁଁ ଗାଁକୁ ଆସି ଦିନ ମଜୁରିଆ କରୁଛନ୍ତି ବୋଲି କରମା ପ୍ରକାଶ କରିଥିଲା। ପାଠ ପଢିବା ପାଇଁ ପ୍ରତି ବର୍ଷରେରେ ହଷ୍ଟେଲ ଖର୍ଚ୍ଚ ୧୨୦୦୦/- ଟଙ୍କା, ବହି ଖାତା ଓ ଅନ୍ୟ ପାଠ୍ୟ ଖର୍ଚ୍ଚ ୫୦୦୦/- ଟଙ୍କା ନିତାନ୍ତ ଆବଶ୍ୟକୀୟ ରହିଛି। ତେଣୁ ବାଧ୍ୟ ହୋଇ ଦିନ ମଜୁରିଆ କାର୍ଯ୍ୟ କରୁଛି ବୋଲିକରମା ପ୍ରକାଶ କରିଛି ତେଣୁ କରମା ନିଜର ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କୁ ନିବେଦନ କରିଛି ।

Leave A Reply

Your email address will not be published.