କାଳ ବୈଶାଖୀରେ ଭୁଶୁଡ଼ିଲା ଏୟାରଷ୍ଟ୍ରିପ ପାଚେରୀ; ମହିଳାଙ୍କ ସମେତ ୨ ଶ୍ରମିକ ମୃତ, ୩ ଗୁରୁତର

ଆମ୍ବୁଲାନ୍ସ ନ ଆସିବାରୁ ଟ୍ରାକ୍ଟର ସାହାଯ୍ୟରେ ଚିକିତ୍ସାଳୟକୁ ସ୍ଥାନାନ୍ତର, ଏୟାରଷ୍ଟ୍ରିପ ପାଚେରୀ ନିମ୍ନ ମାନର ଅଭିଯୋଗ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା କଟେଲିଗୁଡା ଗ୍ରାମ ନିକଟରେ ନିର୍ମାଣାଧିନ ଏୟାରଷ୍ଟ୍ରିପର ପାଚେରି ଆଜି ଅପରାହ୍ନରେ କାଳ ବୈଶାଖୀ ବାତ୍ୟାରେ ଭୁଶୁଡ଼ି ପଡିଲ।। ଫଳରେ ଏହି ପାଚେରି ଘଟଣା ସ୍ଥଳରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଉପରେ ପଡି ଯାଇଥିଲ।। ଅନେକ ଶ୍ରମିକ ଦୌଡି ପଳାଇ ଯାଇଥିବା ବେଳେ ୬ ଜଣ ଶ୍ରମିକଙ୍କ ଉପରେ ଏହି ପାଚେରୀ ପଡିଯିବା ଫଳରେ ସେମାନେ କାନ୍ଥ ତଳେ ଚାପି ହୋଇ ଯାଇଥିଲୋ ଏହା ଦେଖି ଅନ୍ୟ ଶ୍ରମିକ ଓ ସ୍ଥାନୀୟ ବାସିନ୍ଦା ତୁରନ୍ତ୍ ସେମାନଙ୍କୁ ଉଦ୍ଧାର କରିଥିଲୋ ବହୁ ବିଳମ୍ବରେ ଗୋଟିଏ ଆମ୍ବୁଲାନ୍ସ ପହଂଚିବା ଯୋଗୁଁ ସ୍ଥାନୀୟ ଲୋକମାନେ ଅଟୋ ଓ ଟ୍ରାକ୍ଟର ଦ୍ୱାରା ଆହତ ଶ୍ରମିକ ମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ବର୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛିା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ପାଚେରୀ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ପବନରେ ପାଚେରିଟି ଭୁଶୁଡ଼ି ପଡିଛି । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି ସେମାନେ ହେଲେ ସେମାନେ ହେଲେ ମନୋଜ ହେମ୍ବ୍ରମ (୧୯) ଗ୍ରାମ ଏମ.ଭି. ୩ ଗ୍ରାମର ସେହିପରି ତିଳୋତ୍ତମା ବେନିଆ (୪୦) ତେନ୍ତୁଳି ଗୁଡା ଗ୍ରାମର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.