ବିଜେଡି ପ୍ରଶ୍ନର ଉତ୍ତର ରଖିଲା ବିଜେପି: କହିଲା ଡେରିରେ ହେଉ ପଛେ ବିଜେଡ଼ି ମୁଖପାତ୍ରମାନଙ୍କର ଭାଙ୍ଗିଲା ନିଦ

ଭୁବନେଶ୍ୱର: ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡ଼ି ପଚାରିଥିବା ପ୍ରଶ୍ନର ଉତ୍ତର ରଖିଲା ବିଜେପି । କହିଲା ଡେରିରେ ହେଉ ପଛେ ବିଜେଡ଼ି ମୁଖପାତ୍ରମାନଙ୍କର ନିଦ ଭାଙ୍ଗିଛି । ୧୭ ତାରିଖ ଭୁବନେଶ୍ଵର ସାଂସଦ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ କିନ୍ତୁ ଉତ୍ତର ମିଳିଲା ନାହିଁ । ବିଜେଡି ମୁଖପାତ୍ରମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୟ କରୁଛନ୍ତି, ତେଣୁ ସାଂସଦ ନଥିଲା ବେଳେ ପ୍ରଶ୍ନ କରୁଛନ୍ତି ବୋଲି କହିଲା ବିଜେପି ।

ଶ୍ରୀମୟୀ ମିଶ୍ରଙ୍କ ଘର ବଲାଙ୍ଗୀର, ସେ ଭୁବନେଶ୍ଵରରେ ରହୁଛନ୍ତି, ସେ ବୋଧେ ଖାଲି ଇସ୍କନ ଚାରିପଟେ ବୁଲୁଛନ୍ତି । ଇସ୍କନ ସାମ୍ନାରେ ୨୦ ବର୍ଷ ହେଲା ପାଣି ଜମୁଛି, ହେଲେ ପୁରୁଣା ଭୁବନେଶ୍ଵର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପାଣି ଜମୁଛି ଏବଂ ଘଣ୍ଟା ଘଣ୍ଟା ରାସ୍ତା ବନ୍ଦ ହୋଇଯାଇଛି, ତେଣୁ ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ଗଳିକନ୍ଦି ବୁଲିକି କେଉଁଠି ସବୁ ପାଣି ଜମୁଛି ଦେଖନ୍ତୁ ବୋଲି କହିଲା ବିଜେପି ।

ଭୁବନେଶ୍ୱର ବାଲୁଙ୍ଗା ରାସ୍ତା ଡେରିରେ ହୋଇଛି, ଯାହା ପ୍ଲାନ ରହିଥିଲା ସେଥିରେ ପରିବର୍ତ୍ତନ ହୋଇଛି । ଅଧିକ ଭେହିକିଲ ଅଣ୍ଡର ପାସ କରାଯାଇଛି, ୨୦ଟି ଅଣ୍ଡର ପାସ ଅଧିକ ହୋଇଛି, ସେଥିପାଇଁ ବିଳମ୍ବ ହୋଇଛି । ଭୁବନେଶ୍ୱର ସ୍ଵରେଜ ବ୍ୟବସ୍ତାକୁ ଦେଖନ୍ତୁ ବିଜେଡି ମୁଖପାତ୍ରମାନେ ପ୍ରଶ୍ନ କଲା ବିଜେପି । ବିଜେଡି ପାଖରେ ବୋଧେ ତଥ୍ୟ ନାହିଁ, କାରଣ ରିଙ୍ଗ ରୋଡ଼ ପାଇଁ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଗଲାଣି ।

ସେପଟେ, ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ଟାର୍ଗେଟ୍ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି, ଭୁବନେଶ୍ୱର ସାଂସଦଙ୍କୁ ୫ଟି ପ୍ରଶ୍ନ କରିଛି । ଇସ୍କନ ମନ୍ଦିର ସମ୍ମୁଖରେ ଜାତୀୟ ରାଜପଥରେ ବାରମ୍ବାର ପାଣି ଜମୁଥିବାରୁ ଏଥିପ୍ରତି ସାଂସଦ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି । ସେହିପରି ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାମ କେବେ ସରିବ ବୋଲି ମଧ୍ୟ ବିଜେଡି ପ୍ରଶ୍ନ କରିଛି ।

ଏହା ବ୍ୟତୀତ କ୍ୟାପିଟାଲ ରିଜନ ରିଙ୍ଗ ରୋଡର ମାଷ୍ଟର ପ୍ଲାନ୍ ଏବେବି କାଗଜ କଲମରେ ସୀମିତ ହୋଇ ରହିଛି । ଏହା କେବେ ବାସ୍ତବ ରୂପ ନେବ ବୋଲି ପ୍ରଶ୍ନ କରିଛି ଶାସକ ଦଳ । ଏହାସହ ଖୋର୍ଦ୍ଧାର ବେଗୁନିଆ, ବୋଲଗଡ଼ ଓ ବାଲିଅନ୍ତାରେ ଦୁର୍ବଳ ନେଟୱାର୍କ ପାଇଁ ଭୁବନେଶ୍ୱର ସାଂସଦଙ୍କୁ ଟାର୍ଗେଟ୍ କରିଛି ଦଳ । ସେହିପରି ବ୍ୟାଙ୍କିଙ୍ଗ ସେକ୍ଟର ବଢ଼ାଇବା ପାଇଁ ଅପରାଜିତା, ଭୁବନେଶ୍ୱର ସଂସଦିୟ କ୍ଷେତ୍ର ପାଇଁ କ’ଣସବୁ ପଦକ୍ଷେପ ନେଇଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।

Leave A Reply

Your email address will not be published.