ବିପିଏନ୍‌ଏସ୍‌ଆଇ ପକ୍ଷରୁ ଇସ୍ପାତ ଶିଳ୍ପ ଦକ୍ଷତା ବିକାଶ ସମ୍ବନ୍ଧୀୟ କର୍ମଶାଳା

ଭୁବନେଶ୍ୱର, ତା ୨୧.୦୭: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଦ୍ୱାରା ଇସ୍ପାତ ଶିଳ୍ପ ଦକ୍ଷତା ବିକାଶ ସମ୍ବନ୍ଧୀୟ କର୍ମଶାଳା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୁଳକ ତାଲିମ ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ବୈଷୟିକ ଶିକ୍ଷା ସ୍ନାତକ ଛାତ୍ରମାନେ ଯୋଗ ଦେଇଥିଲେ । ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦର ଉପାଧ୍ୟକ୍ଷ ରଘୁ ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରିତମ ପୁରୁକାୟସ୍ଥ ସ୍ୱାଗତ ଭାଷଣ ଦେଇ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । କର୍ମଶାଳାରେ ଇସ୍ପାତ ଶିଳ୍ପର ବିଭିନ୍ନ ଉତ୍ପାଦନ ପ୍ରଣାଳୀ ବିଷୟରେ ତାଲିମ ଦିଆଯାଇଥିଲା । ଆଗାମୀ ଦିନରେ ଅନୁଷ୍ଠାନ ଦ୍ୱାରା ଇତ୍ସାତ ଶିଳ୍ପର ବିଭିନ୍ନ ଦିଗ ବିଷୟରେ କର୍ମଶାଳାମାନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.