ଶିମିଳିପାଳ ପାଦଦେଶରୁ ୪ ବାଘ ଛାଲ ଜବତ: ୩ ଗିରଫ, ମୋବାଇଲ ଜବତ

ଖୁଣ୍ଟା: ମୟୁରଭଞ୍ଜ ଖୁଣ୍ଟା ଥାନା ତଥା ବାରିପଦା ବନଖଣ୍ଡ ଡୁକୁରା ଅଧିନରୁ ବନ ବିଭାଗର ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରି ୪ ଗୋଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଖୁଣ୍ଟା ବ୍ଳକ ଅଧିନ ଡୁକୁରା ବିଟ ଶିମିଳିପାଳ ପାଦଦେଶରେ ଥିବା ବହଲଦା ଗ୍ରାମରେ ବାଘ ଛାଲ ଥିବା ସଂମ୍ପର୍କରେ କୌଣସି ସୁତ୍ରରୁ ବନବିଭାଗ ସୁଚନା ପାଇଥିଲା । ଯାହାକୁ ନେଇ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଡ଼େପୁଟୀ ନିର୍ଦ୍ଦେଶକ ସମ୍ରାଟ ଗୌଡାଙ୍କ ନେତୃତ୍ଵରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ମିଳିତ ଚଢ଼ାଉର ରୂପରେଖ ପ୍ରସ୍ତୁତ ହୋଇଥିଲା । ଏହାକୁ ଭିତ୍ତି କରି ଆଜି ଏହି ସ୍ଵତନ୍ତ୍ର ଟିମ ଶିମିଳିପାଳ ପାଦଦେଶର ତଥା ଖୁଣ୍ଟା ଥାନା ଅନ୍ତର୍ଗତ ବହଲଦା ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସଂପୃକ୍ତ ଗ୍ରାମରୁ ୪ଗୋଟି କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା । ଏବଂ ଏଥି ଘଟଣାରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ତିନି ଗୋଟି ମୋବାଇଲ ଫୋନ ଜବତ ହୋଇଥିବା ବେଳେ ବିଭାଗ ପକ୍ଷରୁ ଜବତ ବାଘ ଛାଲ, ମୋବାଇଲ ସମେତ ୩ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ନିମନ୍ତେ ବାରିପଦାକୁ ନିଆଯାଇଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅଧିନ ବହଳଦା ଗ୍ରାମର ମଙ୍ଗଲ ସିଂ (୩୨), ବୁଦ୍ଧୁରାମ ସିଂ (୪୦) ଓ ରୂପାୟ ମାରଣ୍ଡି ( ୫୦) ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.