ଓଏଏସ ୧୨୩ ସିରିଏଲରେ ଶିବାଶିଷ

କଟକ, (ନୃସିଂହ ଚରଣ ଦାସ ): କଠିନ ପରିଶ୍ରମ ସଫଳତାର ଚାବି କାଠି । ଯାହାକି ଦେଖିବାକୁ ମିଳିଛି ଓଏଏସ ୧୨୩ ସିରିଏଲରେ ଥିବା ଶିବାଶିଷ ସାହୁଙ୍କ କ୍ଷେତ୍ରରେ। ବାପା ନଟବର ସାହୁ ଜଳଖିଆ ଦୋକାନୀ। ଈଶ୍ୱର ବିଶ୍ୱାସ ଓ ସୁଶିକ୍ଷା ଲାଗି ଶିବାଶିଷ ଏଭଳି ସଫଳତାର ଅଧିକାରୀ ହୋଇଛନ୍ତି। ଏବଂ ନିଜ ଗାଁ କଟକ ଜିଲ୍ଲା ସାଲେପୁର ବ୍ଲକ୍ ମିର୍ଜାପୂର୍ ପଞ୍ଚାୟତ ଦେଉଳିର ଗୌରବ ପାଲଟିଛନ୍ତି। ପିଲାଟି ଦିନରୁ ଅତ୍ୟନ୍ତ ଶାନ୍ତ ଓ ସରଲ ସ୍ବଭାବର ଶିବାଶିଷ ଘରର ବଡ଼ ପୁଅ। ଯିଏ ଯେତେ ଗରିବ ଅବା ଧନୀ ହେଉ । କିନ୍ତୁ ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ନିଶ୍ଚିତ ଶୀର୍ଷରେ ପହଞ୍ଚାଇବ। ଶିବାଶିଷର ରହିଚି କଳା ପ୍ରତି ଦୁର୍ବଳତା। ଶିବାଶିଷ ଧର୍ମାଗତପୂର୍ ଉପ୍ରା ବିଦ୍ୟାଳୟରେ ବାଲ୍ୟ ଶିକ୍ଷା ଗ୍ରହଣ କରିଥିଲେ ।

Leave A Reply

Your email address will not be published.