କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ

ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ମନ୍ମଥଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି।

ଭୁବନେଶ୍ୱର: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି।

ମନ୍ମଥ କଂଗ୍ରେସରେ ପିସିସି ସଦସ୍ୟ ଥାଇ ମଧ୍ୟ ସେ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିବାରୁ ତାଙ୍କୁ ଦଳରୁ ନଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।

ଏହା ଗୋଟିଏ ଦିନର ନିଷ୍ପତ୍ତି ନୁହେଁ, ଭାବିଚିନ୍ତି ଏ ନିଷ୍ପତ୍ତି ନେଇଛି। ନିର୍ବାଚନମଣ୍ଡଳୀରେ ମଧ୍ୟ ଲୋକଙ୍କ ଭିତରେ ଏକପ୍ରକାର ଦ୍ବନ୍ଦ୍ବ ଦେଖା ଦେଇଥିଲା। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଏକାଧିକ ମତ ରହିଛି। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଲୋକଙ୍କ ମତ ଜାଣିସାରିଲିଣି। ଆସନ୍ତା ଅକ୍ଟୋବର ମାସରେ ଏହା ସଂପର୍କରେ ଘୋଷଣା ହେବ।ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସରୁ ପ୍ରାର୍ଥୀ ହେବି କି ନାହିଁ ସେ ସଂପର୍କରେ ବାପାଙ୍କ ସହ ଆଲୋଚନା କରିଥିଲି। ବାପା କିନ୍ତୁ ମୋ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିଲେ । ଏହାକୁ କାଉଣ୍ଟର କରି ସୁର କହିଥିଲେ ଯେ,’ ୨୦୨୪ରେ ମନ୍ମଥ କଂଗ୍ରେସରୁ ନିର୍ବାଚନ ଲଢ଼ିବ । ଜଟଣୀରୁ ମନ୍ମଥ ନିର୍ବାଚନ ଲଢ଼ିବେ । କଂଗ୍ରେସରୁ ନାମାଙ୍କନ ଭରିବ ଓ ମୁଁ ଯାହା କହିବି ସେୟା କରିବ । ବିଜେଡି ଓ ବିଜେପି ପକ୍ଷରୁ ମନ୍ମଥଙ୍କୁ ଉସୁକା ଯାଉଛି । ଏଆଇସିସି ନିୟମ ନ ମାନିଲେ ସସ୍ପେଣ୍ଡ କରିବାକୁ କହିଛି । ଦଳୀୟ ଶୃଙ୍ଖଳା ଭାଙ୍ଗିଛି, ସସ୍ପେଣ୍ଡ କରାଯାଉ ‘।

Leave A Reply

Your email address will not be published.