ପୁନଃବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ+ ଗ୍ରେଡ଼ ଦେଲା ନାକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଆସିଲା ଖୁସିର ଖବର । ପୁନଃବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ+ ଗ୍ରେଡ଼ ଦେଲା ନାକ । ବାସ୍ତବରେ ମେ ମାସରେ ଆସିଥିବା ନାକ ଟିମ ଦେଇଥିଲା ଏ ଗ୍ରେଡ । ଏହାର ପୁନଃ ବିଚାର ପାଇଁ ଆବଦେନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏ ଗ୍ରେଡରୁ ଉଠି ନାକ ଟିମ ଦେଇଛି ଏ+ ଗ୍ରେଡ । ୨୦୧୬ ମସିହାରେ ଉତ୍କଳ ହାତେଇଥିଲା ଏ+ ଗ୍ରେଡ । ଏଥର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ++ ପାଇଁ ଆଶା ରଖିଥିଲେ ମଧ୍ୟ ତାହା ବିଫଳ ହୋଇଛି । କିନ୍ତୁ ଏ+ ଗ୍ରେଡ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆତ୍ମସନ୍ତୋଷ ଦେଇଛି ।

ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର। ଉତ୍କଳ ବିଶ୍ଵବିଦ୍ୟାଳୟ ଦେଶର ୧୦୦ ବିଶ୍ୱବିଦ୍ୟାଳୟ ଭିତରେ ୪ ବର୍ଷ ହେଲାଣି ରହି ଆସିଛି। ଟିମ ୱାର୍କ ପାଇଁ ଏହା ସଫଳ ହୋଇପାରିଛି। ୫ ବର୍ଷ ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଏ++ ଗ୍ରେଡ ପାଇବ। ଆଗକୁ ସବୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ। ଏଠି ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା ରହିଛି। ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ।

Leave A Reply

Your email address will not be published.