xmas

ଜିଲ୍ଲା ଗସ୍ତରେ ଓଡ଼ିଶାର ପି.ସି.ସି.ଏଫ; ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଇକୋ କଟେଜର ଉଦଘାଟନ କଲେ

ମାଲକାନଗିରି,୧୯।୧: ମାଲକାନଗିରି ଜିଲ୍ଲା ଗସ୍ତରେ ଓଡ଼ିଶାର ପି.ସି.ସି.ଏଫ ଦେବଦତ ବିଶ୍ୱାଳ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଗସ୍ତରେ ଶ୍ରୀ ବିଶ୍ଵାଳଙ୍କ ସହ ଆର.ସି.ଏଫ ପ୍ରଶାନ୍ତ କୁମାର ବେହେରା ମଧ୍ୟ ସାମିଲ ରହିଥିଲେ । ଶ୍ରୀ ବିଶ୍ଵାଳ ଏବଂ ଶ୍ରୀ ବେହେରା ଆଜି ଭୁବନେଶ୍ୱରରୁ ବାହାରି ରାଜ୍ୟ ରାଜପଥ ଦେଇ ପ୍ରଥମେ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଠାରେ ପହଁଚିବା ପରେ ମାଲକାନଗିରି ଡି.ଏଫ.ଓ ପ୍ରତାପ କୋଟାପାଲି ଓ ମାଥିଲି ରେଞ୍ଜର ବାସୁଦେବ ନାୟକ ପି.ସି.ସି.ଏଫଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ । ପରେ ପି.ସି.ସି.ଏଫ ଶ୍ରୀ ବିଶ୍ୱାଳ ମାଲକାନଗିରି ସହର ଉପକଣ୍ଠରେ ଥିବା ସତୀଗୁଡା ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ ସୁବିଧା ଲାଗି ସେଠାରେ ନବନିର୍ମିତ ଚାରୋଟି ଇକୋ ରିସର୍ଟକୁ ଉଦଘାଟନ କରିଥିଲେ । ଏହା ଦ୍ଵାରା ଏଠାକୁ ଆସୁଥିବା ଓଡିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସତାଧିକ ପର୍ଯ୍ୟଟକଙ୍କ ପାଇଁ ଏହା ବେସ ସହାୟକ ହେବ ଏବଂ ଅଧିକରୁ ଅଧିକ ପର୍ଜ୍ୟଟକ ଏଠାକୁ ଆସିବେ ବୋଲି ଶ୍ରୀ ବିଶ୍ଵାଳ ପ୍ରକାଶ କରିଥିଲେ । ପରେ ସେଠାରୁ ବାହାରି ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ରରେ ହୋଇଥିବା ବୋଟନିକାଲ ଗାର୍ଡେନର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି । ଏହାପରେ ସେ ଚିତ୍ରକୋଣ୍ଡାରେ ହୋଇଥିବା ପ୍ରକୃତି ଇକୋ କଟେଜର ଉଦଘାଟନ କରିଥିଲେ । ମାଲକାନଗିରି ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇଥିବା ବେଳେ ପ୍ରକୃତି ଏଇଠି ଅନେକ କିଛି ଦେଇଛି ତେଣୁ ଏହାକୁ ଗୁରୁତ୍ୱ ଦେଇ ପର୍ଯ୍ୟଟନର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ସୁଯୋଗ ମାଲକାନଗିରି ଜିଲ୍ଲାକୁ ପ୍ରଦାନ କରାଯିବ ବୋଲି ପି.ସି.ସି.ଏଫ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏହି ଅବସରରେ ମାଲକାନଗିରି ଏସିଏଫଓ ଲିଲି ଅମାନତ୍ୟ, ମାଲକାନଗିରି ରେଞ୍ଜର ଜଗନ୍ନାଥ ବିଶୋଇ ଓ ଅନ୍ୟାନ୍ୟ ବନ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.