କଟକ ଦୁର୍ଗବାଡି ସମିତି ପକ୍ଷରୁ ଶିଶୁ ଭବନରେ ଫଳ ବଣ୍ଟନ

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ କଟକ ଦୁର୍ଗବାଡି ସମିତି ପକ୍ଷରୁ ମଙ୍ଗଳବାର ଦିନ ଶିଶୁ ଭବନରେ ଥିବା ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ସୌମ୍ୟଦେବ ରାୟଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଟୁ ବିଶ୍ବାଳ, ରାଜଓ୍ବାନା ପ୍ରମୁଖ ଉପସ୍ଥିତ ରହି ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ। ଶିଶୁ ଭବନରେ ଥିବା ରୋଗୀଙ୍କ ସମ୍ପର୍କୀୟ ଦୁର୍ଗବାଡି ସମିତିର ଏଭଳି ମହତ କାର୍ଯ୍ୟକୁ ସାଧୁବାଦ ଜଣାଇଲେ। ଏହି ଅବସରରେ ମିନେର୍ଭ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.