ରାଷ୍ଟ୍ରୀୟ ନେତାଜୀ ମିଶନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

କଟକ: ରାଷ୍ଟ୍ରୀୟ ନେତାଜୀ ମିଶନ ପକ୍ଷରୁ ନେତାଜୀ ଜୟନ୍ତୀ ନିମାଚୌଡି ଠାରେ ପାଳିତ ହୋଇଥିଲା। କମିଟିର ସଭାପତି ରୋଟାରିଆନ ବିକ୍ରମ ଦାଶଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ଚିତ୍ତୋପ୍ରିୟ ବୋଷ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ନେତାଜୀଙ୍କ ଦାୟଦ ସୁପ୍ରିୟ ବୋଷ ଯୋଗଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ତପନ ମିଶ୍ର ଯୋଗ ଦେଇଥିଲେ। କଟକରେ ନେତାଜୀଙ୍କର ଏକ ବିଶ୍ବସ୍ତରୀୟ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ମିଶନ ତରଫରୁ ସରକାରଙ୍କ ନିକଟରେ ଦାବି ରଖିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନାଲକୋର ଅବସରପ୍ରାପ୍ତ ଡେପୁଟି ଜେନେରାଲ ମ୍ୟାନେଜର ଇଂ ଅଶୋକ କୁମାର ଧଳ, ବସନ୍ତ ସେଠୀ, ଶିକ୍ଷାବିତ୍ ଶଶଧର ପଣ୍ଡା, ଅବସରପ୍ରାପ୍ତ ସେନା କର୍ମଚାରୀ ଜଗଦାନନ୍ଦ ବେହେରାଙ୍କ ସହ ୨୫ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ଆବାହକ ଆଇନଜୀବୀ ମହେନ୍ଦ୍ର ମହାପାତ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅମୂଲ୍ୟ ସାହୁ, ଆଇନଜୀବୀ ରାଜେଶ ଛୋଟରାୟ, ବିଶ୍ବପ୍ରକାଶ ଦାଶ, ଅଶୋକ ସେନାପତି, ଡକ୍ଟର ଜ୍ଞାନଗୁରୁ ଦାସ, ବବୁଲ ସାହୁ, ରାଜେଶ ଏବଂ ମିଶନର ସଦସ୍ୟସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅର୍ପିତା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.