ଲଗାତାର ୩ୟ ଥର ଏସିସିର ଅଧ୍ୟକ୍ଷ ହେଲେ ଜୟ ଶାହ, ସର୍ବସମ୍ମତିରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍  ପରିଷଦର ବାର୍ଷି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହ ପୁଣି ଥରେ ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଅଧ୍ୟକ୍ଷ ହୋଇଛନ୍ତି। ଏହାକୁ ମିଶାଇ ଶାହ  ଲଗାତାର ତୃତୀୟ ଥର ଏସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ବସିଥିବା ଏସିସିର ବାର୍ଷିକ ସାଧାରଣ ବୈଠକରେ ଏହା ଉପରେ ମୋହର ବାଜିଛି।

ଜୟ ଶାହଙ୍କ କାର୍ଯ୍ୟକାଳ ବଢାଇବା ପ୍ରସ୍ତାବ ଶ୍ରୀଲଙ୍କା କ୍ରିକେଟ୍‌ର ଅଧ୍ୟକ୍ଷ ଶାମ୍ମି ସିଲଭା ରଖିଥିଲେ। ଏହା ପୂର୍ବରୁ ମଧ୍ୟ ଶାମ୍ମି ଜୟ ଶାହଙ୍କ ନାମକୁ ଏସିସି ଅଧ୍ୟକ୍ଷ ଭାବେ ଆଗରେ ରଖିଥିଲେ। ଏହା ପରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଜୟ ଶାହଙ୍କ ନାଁ ଉପରେ ମୋହର ବାଜିଛି। ଜୟ ଶାହ ପ୍ରଥମ ଥର ୨୦୨୧ ଜାନୁଆରୀରେ ଏସିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ତାଙ୍କ ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ନଜମୁଲ ହସନ ଏହି ଦାୟିତ୍ଵରେ ଥିଲେ।

ଉଲ୍ଲେଖନୀୟ,  ସଂପ୍ରତି ଇଣ୍ଡୋନେସିଆର ବାଲିରେ ଏସିସିର ସାଧାରଣ ବାର୍ଷିକ ବୈଠକ ଆୟୋଜିତ ହେଉଛି। ବୈଠକରେ ସମସ୍ତ ସଦସ୍ୟ ଯୋଗ ଦେଇଛନ୍ତି। ବୈଠକରେ ଏସିସି ଅଧ୍ୟକ୍ଷ  ପଦ ବ୍ୟତୀତ ମିଡିଆ ରାଇଟ୍ସ ଉପରେ ମଧ୍ୟ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ଏସିଆ କପ୍ ୨୦୨୫ ଦିନିକିଆ ପରିବର୍ତ୍ତେ ଟି-୨୦ ଫର୍ମାଟ୍‌ରେ ଖେଳାଯିବ। ୨୦୨୪ ଏସିଆ କପ୍ ଦିନିକିଆ ଫର୍ମାଟ୍‌ରେ ଖେଳା ଯାଇଥିଲା। ଏହାର ଆୟୋଜନ ଶ୍ରୀଲଙ୍କାରେ  ହୋଇଥିଲା। ତେବେ ୨୦୨୫ ଏସିଆ କପ୍‌ ଓମାନ ଏବଂ ୟୁଏଇରେ ଖେଳା ଯାଇଥିଲା।

Leave A Reply

Your email address will not be published.