ବ୍ଲକସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ବ୍ଲକସ୍ତରୀୟ ମିଶନ ଶକ୍ତି କବି ସମ୍ମିଳନୀ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଯୋଗ ଦେଇଥିଲେ। ମିଶନ ଶକ୍ତି ଦ୍ଵାରା ଆୟୋଜିତ ଏହି କବି ସମ୍ମିଳନୀରେ ବ୍ଲକର ୧୯ ଗୋଟି ପଞ୍ଚାୟତର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନେ ଉପସ୍ଥିତ ରହିଥିଲେ। ଏଥିରେ ୩୫ ଜଣ ମିଶନ ଶକ୍ତିର ମା, ମହିଳା ମାନେ ଏଥିରେ କବି ସମ୍ମିଳନୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଆ ଭାଷା ହିଁ ଅତୀତର ଅସ୍ଥିତ୍ଵ ଓ ଭାଷା ହିଁ ଭବିଷ୍ୟତ ଆଲୋଚନା କରି ଏହାକୁ କବିତା ମାଧ୍ୟମରେ ମହିଳା କବି ମାନେ ଉପସ୍ଥାପନା କରିଥିଲେ। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ମହିଳା କବି ମାନଙ୍କୁ ଉତ୍ତରୀୟ ସହ ମାନପତ୍ର ଦେଇ ମୁଖ୍ୟ ଅତିଥି ବିଡିଓଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସିଡିପିଓ ବିପୁଲା କୁମାରୀ ସରଦାର, ମିଶନ ଶକ୍ତି ବ୍ଲକ ପରିଚାଳିକା ରୋଜାଲିନି ଦାସ, ନିହାର ରଞ୍ଜନ ସ୍ବାଇଁ, ପ୍ରତାପ କୁମାର ନାୟକ, ଓଡ଼ିଆ ଅଧ୍ୟାପକ ନିତ୍ୟାନନ୍ଦ ପଣ୍ଡା ଏବଂ ୧୯ଟି ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.