ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶକୁ ନେଇ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି, ୮/୨/୨୪: ମାଲକାନଗିରି ବ୍ଲକ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କ ଅଧ୍ୟକ୍ଷତାରେ ଆଜି ଶିଖପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଉପରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଗୌରୀ ପୋଡ଼ିଆମି ଯୋଗ ଦେଇଥିଲେ । ଏହି ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମି, କନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, ଯନ୍ତ୍ରୀ ତପନ କୁମାର ସାମଲ, ପିଇଓ ନିଖିଲ ବାନାର୍ଜୀ ଓ ଜନ ପ୍ରତିନିଧି, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନେ ପ୍ରମୁଖଙ୍କ ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା ପ୍ଲେ ଅଭିଯାନରେ ଯୋଗ୍ୟ ହିତାଧିକାରୀ ଏବଂ ଶିଖପଲ୍ଲୀ ଗ୍ରାମ ପଞ୍ଚାୟତର ଶ୍ରେଷ୍ଠ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କୁ ୱାର୍କ ଅର୍ଡର ଏବଂ କିଟ୍ ବଣ୍ଟନ ଓ ବିତରଣ କରାଯାଇଛି । ଏହା ସହ ବିଡିଓ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ୫-ଟି ହାଇ ସ୍କୁଲ ରୂପାନ୍ତରିତ, ମଧୁବାବୁ ପେନସନ, ଯୋଜନା, ରାସ୍ତା ଘାଟ ନିର୍ମାଣ, ମିଶନ ଶକ୍ତି ଯୋଜନା, ସାମାଜିକ ସୁରକ୍ଷା ଗୁଡ଼ିକ ଲୋକଙ୍କୁ ବୁଝାଇବା ସହ ସ୍ଥାନୀୟ କଳାକାରଙ୍କ ଦ୍ଵାରା ପାରମ୍ପରିକ ନାଚଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା । ଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନ ପତ୍ର ଦେଇ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.