xmas

ସୁଜ୍ଞାନ କୁମାରୀ ଦେଓଙ୍କର ଆଜି ହେବ ଶେଷକୃତ୍ୟ

ତାଙ୍କ ପାର୍ଥିବ ଶରୀରକୁ ରାଜ ପରିବାରର ଶ୍ମଶାନକୁ ନିଆଯାଇ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ।

ଭୁବନେଶ୍ୱର: ୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ଆଜି ହେବ ଶେଷକୃତ୍ୟ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଥିବା ରାଜ ପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ।

ଗତକାଲି ମଧ୍ୟ ରାତ୍ରିରେ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ରମ୍ଭା ରାଜପ୍ରାସାଦକୁ ନିଆଯାଇଥିଲା। ସେଠାରୁ ତାଙ୍କ ମୃତଦେହକୁ ଖଲ୍ଲିକୋଟ ବାସଭବନକୁ ନିଆଯାଇଥିଲା। ସେଠାରେ ବହୁ ବିଧାୟକ, ମନ୍ତ୍ରୀ, ସମର୍ଥକ ଓ ଅଞ୍ଚଳବାସୀ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆଜି ସକାଳୁ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବୟସ ଓ ବର୍ଗର ଲୋକେ। ଦିନ ୧୨ଟା ପର୍ଯ୍ୟନ୍ତ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ। ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ରାଜ ପରିବାରର ଶ୍ମଶାନକୁ ନିଆଯାଇ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ।

ଗତକାଲି ତାଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରୁ ଭୁବନେଶ୍ୱର ଅଣାଯାଇଥିଲା। ବିମାନବନ୍ଦରରୁ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା। ସେଠାରେ ଦଳୀୟ ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହା ପରେ ସୁଜ୍ଞାନ ଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ଓ ବିଧାୟକମାନେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତାଙ୍କ ମର ଶରୀରକୁ ଖଲ୍ଲିକୋଟ ଅଭିମୁଖେ ନିଆଯାଇଥିଲା। 

Leave A Reply

Your email address will not be published.