ଭାରତୀୟ ଉଦ୍ୟୋଗ ପରିସଂଗ (CII) ପୂର୍ବାଞ୍ଚଳ ଜୋନର ଅଧ୍ୟକ୍ଷ ହେଲେ ଶ୍ରୀ ଶୁଭେନ୍ଦ୍ର କୁମାର ବେହେରା

ଏହି ସମ୍ମାନଜନକ ପଦବୀ ପାଇବାରେ ଶ୍ରୀ ବେହେରା ଦ୍ୱିତୀୟ ଓଡ଼ିଆ 

ଭୁବନେଶ୍ୱର, ମାର୍ଚ୍ଚ ୯, ୨୦୨୪ : ଭାରତୀୟ ଉଦ୍ୟୋଗ ପରିସଂଗ (CII) ପକ୍ଷରୁ ଆଜି କଲିକତା ଠାରେ ଆୟୋଜିତ ବାର୍ଷିକ ବୈଠକରେ ପୂର୍ବାଞ୍ଚଳ ଜୋନର ଅଧ୍ୟକ୍ଷ ଭାବେ ଶ୍ରୀ ଶୁଭେନ୍ଦ୍ର କୁମାର ବେହେରାଙ୍କୁ ମନୋନୀତ କରାଯାଇଛି । ଉକ୍ତ ଦାୟିତ୍ଵ ପାଇବାରେ ସେ ହେଉଛନ୍ତି ଦ୍ଵିତୀୟ ଓଡ଼ିଆ, ପୂର୍ବରୁ ଓର୍‌ଟେଲ୍‌ କମ୍ୟୁନିକେସନର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଦେଶର ଶିଳ୍ପଗୋଷ୍ଠୀକୁ ନେଇ ଗଠିତ ଏହି ଶୀର୍ଷ ସଂସ୍ଥାର ଅଧ୍ୟକ୍ଷା ହୋଇସାରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ପରେ ଶ୍ରୀ ଏସ୍.କେ ବେହେରା ଏକ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି, ତାଙ୍କର ଅଭିଜ୍ଞତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ସହିତ CII କୁ ଆଗକୁ ନେଇପାରିବେ ବୋଲି ତାଙ୍କର ଦୃଢ ବିଶ୍ଵାସ ରହିଛି।

CII ର ଅଧ୍ୟକ୍ଷତାରେ ଶ୍ରୀ ବେହେରାଙ୍କ ମନୋନୀତ ହେବା ପୂର୍ବ ଭାରତର ଅର୍ଥନୈତିକ ବିକାଶ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିଛି । ଭାରୀ ନିର୍ମାଣ ଯନ୍ତ୍ରାଂଶ ଉତ୍ପାଦନରେ ରହିଥିବା ତାଙ୍କର ଅବିଶ୍ଵସନୀୟ ଅଭିଜ୍ଞତା ଏବଂ ନିଆରା ଦୃଷ୍ଟିକୋଣ ଏହି ଅଞ୍ଚଳର ଶିଳ୍ପ ଆକାଂକ୍ଷାକୁ ସଫଳ କରିବାରେ ସହାୟକ ହେବ ।

ଓଡ଼ିଶାରେ ଅବସ୍ଥିତ ଏବଂ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ ଲାଭ କରିଥିବା ‘ଆରଏସବି ଗ୍ରୁପ୍‌’ ରେ ତାଙ୍କର କାର୍ଯ୍ୟକାରିତାର ଉତ୍କର୍ଷତା ଏବଂ ନେତୃତ୍ଵ ପ୍ରତି ତାଙ୍କର ପ୍ରତିବଦ୍ଧତା ଏହାର ପ୍ରମାଣ ଦେଉଛି। ଶ୍ରୀ ବେହେରାଙ୍କ ନେତୃତ୍ୱରେ ‘ଆରଏସବି ଗ୍ରୁପ୍’ କେବଳ ଯେ ଖ୍ୟାତି ଅର୍ଜନ କରିଛି ତାହା ନୁହେଁ ବରଂ ଦକ୍ଷତା ବିକାଶ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ସହ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସ୍ଥାନୀୟ ଅର୍ଥନୀତିର ବିକାଶରେ ସହାୟକ ହୋଇପାରିଛି। CII ର ଅଧ୍ୟକ୍ଷ ଭାବରେ ତାଙ୍କର ନିଯୁକ୍ତି ବିହାର, ଛତିଶଗଡ, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଆଦି ରାଜ୍ୟର, ରାଜ୍ୟ ସରକାର, ଶିଳ୍ପ ଭାଗିଧାରୀ, ବୃହତ ବ୍ୟବସାୟ ସଂଘ ଏବଂ ଶିଳ୍ପ ଅଭିବୃଦ୍ଧିରେ ସହଯୋଗ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Leave A Reply

Your email address will not be published.