ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସରେ ସ୍ଥାନ ପାଇଲେ ଜୟନ୍ତୀ

ମାଲକାନଗିରି, ୧୪।୩: ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଥିବା ବେଳେ ଓଡିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି । ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି ଏନ ଡବ୍ଲ୍ୟୁ ଏମ ଆଇରୁ ଫେଲୋସିପି ଗ୍ରହଣ କରିଥିଲେ ଏବଂ ପରେ ଜଙ୍ଗଲ ରାଣୀ ଇନିସିଏଟିଭ ଆରମ୍ଭ କରି ଆଦିବାସୀ ଝିଅ ମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି । ଯାହା ଫଳରେ ଦୁର୍ଗମ ଅଂଚଳର ପ୍ରତିଟି ଖବର ସମସ୍ତଙ୍କ ପାଖରେ ପହଂଚିପାରିବ । ଏହା ସହ ପ୍ରାୟ ୬ ବର୍ଷ ପୂର୍ବରୁ ବଡ ଦିଦି ନାମକ ଏକ ସଂଗଠନ ଆରମ୍ଭ କରି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସେ ସଚେତନ କରୁଛନ୍ତି । ଯାହାକି ତାଙ୍କୁ ଏକ ନୂତନ ପରିଚୟ ଦେଇଥିବା ବେଳେ ସେ ଫୋର୍ବେସ ପତ୍ରିକାରେ ସ୍ଥାନିତ ହୋଇ ପାରିଥିବାରୁ ସେ ବେସ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.