ଏକାଠି ହେଲେ ସବୁଜ ପତ୍ରିକା ସଦସ୍ୟା, ହକ ଲାଗି ଭିଡ଼ିଲେ ଅଣ୍ଟା

ଭୁବନେଶ୍ୱର: ଦୁଇଟି ସନ୍ତାନ, ସୁଖୀ ପରିବାର । ଏହି ସ୍ଲୋଗାନ ଦେଇ ୧୯୯୦ ମସିହାରେ ମହିଳାଙ୍କୁ ସାହାସ ଯୋଗ ଦେଇଥିଲେ ରାଜ୍ୟ ସରକାର। ଆଉ ସ୍ଲୋଗନର ବାସ୍ତବତା ଲାଗି ପ୍ରମାଣ ସ୍ୱରୂପ ଦିଆଯାଇଥିଲା ସବୁଜ ପତ୍ରିକା। ଏହି ପତ୍ରିକାରେ ଲେଖାଥିଲା ବିଭିନ୍ନ ସୁବିଧାର ରୂପରେଖ । ହେଲେ କାର୍ଡ ଅଛି, ମାତ୍ର ମିଳୁନି କୌଣସି ସୁବିଧା। ଏନେଇ ଏକାଠି ହେଇଛନ୍ତି ସବୁଜ ପତ୍ରିକା ଧାରି। ନେତୃତୁ ନେଉଛନ୍ତି କଟକ, ପୁରୀ ଓ ଭଦ୍ରକର ଜଣେ ଜଣେ ସମାଜସେବୀ ନାରୀନେତ୍ରୀ। ଏନେଇ ଭୁବନେଶ୍ୱର ରୋଟାରୀ କ୍ଲବରେ ଏକାଠି ହୋଇଥିଲେ ୩୦ ଜିଲ୍ଲାର ସଭାପତି ଓ ସମ୍ପାଦିକାଙ୍କ ସହ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମୀ । ଆୟୋଜିତ କାର୍ଯ୍ୟକ୍ରମରେ କାର୍ଡରେ ଥିବା ବିଷୟରେ ହୋଇଥିଲା ଆଲୋଚନା। ଏବଂ ସରକାରଙ୍କ ପକ୍ଷରୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ କରଯାଇଥିଲା ଦାବି । ଏପରିକି ଆଲୋଚନା ପରେ ସମସ୍ତ ସଦସ୍ୟା ଓ ନାରନେତ୍ରୀମାନେ ଶଙ୍ଖ ଭାବନକୁ ଯାଇ ନିଜର ଦାବି ଉପସ୍ଥାପନ କରିଥିଲେ । ଏହା ଉପରେ ତୁରନ୍ତ ବିଚାର କରିବା ଲାଗି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.