mobile header

ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଯୁବ ଗୋଷ୍ଠୀଙ୍କୁ ନେଇ ସଶକ୍ତ ଯୁବଶକ୍ତି, ସଶକ୍ତ ଓଡ଼ିଶା ଗଠନର ମାର୍ଗ ପାଇଁ ପ୍ରଶସ୍ତ କରାଯାଉଛି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଓ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ମାଲକାନଗିରି ସଦର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଯୁବ ଗୋଷ୍ଠିଙ୍କୁ ନେଇ ଚଳିତ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ଆଲୋଚନା କରିବା ସହ ନିର୍ବାଚନୀ ରଣନୀତି ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ସଶକ୍ତ ଯୁବଶକ୍ତି, ସଶକ୍ତ ଓଡ଼ିଶା ଗଠନର ମାର୍ଗ ହେଉଛି ପ୍ରଶସ୍ତ। ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ନିର୍ମାଣ କରୁଛି ବିଜୁ ଜନତା ଦଳ। ଯୁବ ଗୋଷ୍ଠୀଙ୍କୁ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ, ଦୂରଦର୍ଶୀ ଓ ଚିନ୍ତାଶୀଳ ନାଗରିକ କରିବା ପାଇଁ ଶିକ୍ଷା, କ୍ରୀଡ଼ାଠାରୁ ଉଦ୍ୟୋଗୀତା ଭଳି ବିଭିନ୍ନ କ୍ଷେତ୍ରରେ ବିଜେଡି ପଦକ୍ଷେପ ନେଇଛି ବୋଲି ଜିଲ୍ଲା ବିଜୁ ଜନତା ଦଳ ସଭାପତି ମାନସ ମାଡକାମୀ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ ବିଜୁ ଜନତା ଦଳ ଜିଲ୍ଲା ମହିଳା ନେତ୍ରୀ ସୁକାନ୍ତି ବୁରୁଦା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ବିଜେଡି ମିଡିଆ ସଂଯୋଜକ ସଦାନନ୍ଦ ଖରା, ବରିଷ୍ଠ ବିଜେଡି ନେତା ଫନି ଭୂଷଣ ରାୟ, କେ ରାହୁଲ, ସମାଜସେବୀ ଦଶରଥ ଗୋଲାରୀ, ମୁଁଗୁଡୁ ଦୁଧି ସମସ୍ତ ପଞ୍ଚାୟତରୁ ଆସିଥିବା ବିଜୁ ଜନତା ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା, ସମସ୍ତ ଯୁବକ ସଂଘ ସଭାପତି, ସମ୍ପାଦକ ପ୍ରମୁଖଙ୍କ ୧୦୦ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.