mobile header

ଅଜଣା ବୁଲେଟ ଗାଡ଼ି ଧକ୍କାରେ ସହକାରୀ ଶ୍ରମ ଅଧିକାରୀ ଆହତ

ମାଲକାନଗିରି,୨୪/୩: ଏକ ଅଜଣା ବୁଲେଟ ଗାଡି ଧକ୍କାରେ ମାଲକାନଗିରି ଜିଲ୍ଲା ସହକାରୀ ଶ୍ରମଧିକାରୀ ଆହତ ହୋଇ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଡୁରୁକା ସ୍କୁଟିରେ ମାଲକାନଗିରି ଡିଏନକେ ଛକରୁ ହାଇସ୍କୁଲ ଅଭିମୁଖେ ଯାଉଥିବା ବେଳେ ହଟାତ ଡିଆରଡିଏ ଓ ଟ୍ରେଜେରୀ ଅଫିସ ଗଳି ରାସ୍ତାରୁ ଏକ ବୁଲେଟ ଗାଡି ଦ୍ରୁତଗତିରେ ଆସି ମୁଖ୍ୟ ରାସ୍ତାକୁ ଉଠୁଥିବା ବେଳେ ଶ୍ରୀମତୀ ଦୁରୁକାଙ୍କ ସ୍କୁଟିକୁ ଧକ୍କା ଦେଇ ପଳାଇଥିଲା। ଶ୍ରୀମତୀ ଡୁରୁକା ଦୂରକୁ ଛିଟିକି ପଡି ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ସମ୍ପର୍କରେ ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ। ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସମାଜ ସେବୀ ହରି ଗୋଲରୀ, ଶିକ୍ଷକ ରଘୁନାଥ ନାୟକ, ଅବକାଶ ମହାନ୍ତି, ଶେଷ ଦେବ ବିଶ୍ୱାସ , ହେରମ୍ବ ପଟେଲ, ତାଙ୍କ ସ୍ୱାମୀ ସାଗର ପଟନାୟକ, ଭାଇ ବରୁଣ ଡୁରୁକା ମା ଉତରା ଓ ଦୀପାଳି ପହଁଚି କାର ଯୋଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ଶ୍ରୀମତୀ ଡୁରୁକାଙ୍କ ହାତ, ଗୋଡରେ ଆଘାତ ଲାଗିଛି। ଧକ୍କା ଦେଇଥିବା ବୁଲେଟ ଚାଳକ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.