ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ, ଜିଲ୍ଲାକୁ ଯକ୍ଷ୍ମା ରୋଗ ମୁକ୍ତ ନେଇ ଶପଥ ପାଠ

ମାଲକାନଗିରି, ୨୪/୩: ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ ମାଲକାନଗିରି ଜିଲ୍ଲାକୁ ଯକ୍ଷ୍ମା ରୋଗ ମୁକ୍ତ ନେଇ ଶପଥ ପାଠ କରାଯାଇଥିଲା। ସ୍ଥାନୀୟ ରକ୍ତଭଣ୍ଡାର ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରି ତରଫରୁ ଏକ ଦ୍ବିବସୀୟ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ ଯୋଗଦାନ କରି ମାଲକାନଗିରି ଜିଲ୍ଲାକୁ କିପରି ଯକ୍ଷ୍ମା ମୁକ୍ତ କରାଯିବ ତା’ଉପରେ ଗୁରତ୍ୱ ଆରୋପ କରିଥିଲେ l ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାସ ଯୋଗଦାନ କରି ଯକ୍ଷ୍ମା ଏକ ଆରୋଗ୍ୟ ଯୁକ୍ତ ରୋଗ ବୋଲି ଆଲୋଚନା କରିଥିଲେ l ଡ଼ଃ ଅବିଜ ହୁସେନ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଆଜିର ଦିବସ ବିଷୟରେ ବୁଝାଇଥିଲେ l ଇନ୍ଦିରା ପ୍ରଧାନ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଭାରେ ଉପସ୍ଥିତ ଥିଲେ l ଡ଼ଃ ଦୁର୍ଗାପ୍ରସାଦ ରାଜ ସଭା ପରିଚାଳନା କରିଥିବା ବେଳେ ସନ୍ତୋଷ କୁମାର ପେଦା ସ୍ବାଗତ ଭାଷଣ ଦେଇଥିଲେ l ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ଡଟ୍ସ ଏବଂ ଟିବି ହାରିବ ଦେଶ ବଞ୍ଚିବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ବାପୁଜୀ ଖରା, ଯକ୍ଷ୍ମା ସଂଯୋଜକ ଆୟୋଜନ କରିଥିବା ବେଳେ ପିରାମଲ ଫାଉଣ୍ଡେସନ ତରଫରୁ ବିକାଶ ଦଣ୍ଡସେନା, ସନ୍ତୋଷ କୁମାର ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏକଶହରୁ ଉର୍ଦ୍ଧ୍ୱ ଆଶାକର୍ମୀ ଏବଂ ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହିଥିବା ବେଳେ ଜଣା ଅଜଣା କାର୍ଯ୍ୟକ୍ରମରେ ଭାଗ ନେଇ ପୁରସ୍କୃତ ହୋଇଥିଲେ l ଗୁରୁଦତ୍ତ ବେହେରା, ସୁରଜିତ ସାହା ଏବଂ ପି. ଈଶ୍ୱର ରାଓ ସଭା ସଫଳ କରିବାରେ ସହଯୋଗ କରିଥିଲେ l ମାର୍ଚ୍ଚ ୨୪ ଦିନଟିକୁ ପୃଥିବୀ ସାରା ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରି ୨୦୨୫ ସୁଦ୍ଧା ମୁଳୋତ୍ପାଟନ କରିବା ପାଇଁ ସମସ୍ତେ ବଜ୍ର ଶପଥ ନେଇଛନ୍ତି l ଏହି କାର୍ଯ୍ୟକ୍ରମକୁ ଜାତୀୟ ଗ୍ରାମାଞ୍ଚଳ ମିଶନର ଶିବ ପ୍ରଶାଦ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.