କଂଗ୍ରେସର ୯ଟି ଗ୍ୟାରେଣ୍ଟିକୁ ନେଇ ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି: ଆଜି ମାଲକାନଗିରି କଂଗ୍ରେସ ଭବନ ଠାରେ କଂଗ୍ରେସର ୯ଟି ଗ୍ୟାରେଣ୍ଟି ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । କଂଗ୍ରେସର ଗ୍ୟାରେଣ୍ଟି ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ଼, କୃଷକଙ୍କ ପାଇଁ ମାସିକ ପେନ୍‌ସନ୍‌ ୨୦୦୦ ଟଙ୍କା, ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼, ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ପ୍ରଦାନ, ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଓ ରାଜ୍ୟରେ ଜାତିଭିତ୍ୟିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଏହି ସବୁ ଗ୍ୟାରେଣ୍ଟି ଯଦି କଂଗ୍ରେସ ଦେଶରେ ନିଜର କ୍ଷମତାକୁ ଆସେ ତାହା ହେଲେ ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେପି ବିଜେଡିର ଶାସନରେ ଯାହା ହୋଇନାହିଁ ତାହା କଂଗ୍ରେସ କରିକି ଦେଖାଇବ ବଳି ଆଜିର ଏହି ପ୍ରେସ ମିଟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ମାଲା ମାଡ଼ି, ଜି ଶ୍ରୀନିବାସ ରାଓ, ମଙ୍ଗୁ ଖିଲ, ଶରତ ଚନ୍ଦ୍ର ବୁରୁଦା, ଇରମା ପୋଡିଆମି, ପୁଷ୍ପା ରାଣୀ କବାସି,ପ୍ରାଣ କୃଷ୍ଣ ମଣ୍ଡଳ, ଭୀମା ୱାର୍ସେ, ଇସାକ ଖୋସଲା ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.