mobile header

ରାଜ୍ୟସ୍ତରୀୟ “ପାଇକ ବିଦ୍ରୋହ ଦିବସ” ପାଳନ କଲା ପାଇକ ମହାସଂଘ

ଭୁବନେଶ୍ୱର ତା ୨୯/୦୩/ ଆଜି ମହାସମାରୋହରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ମାର୍ଚ୍ଚ ୨୯, ରାଜ୍ୟସ୍ତରୀୟ “ପାଇକ ବିଦ୍ରୋହ ଦିବସ” ପାଳିତ ହୋଇଯାଇଛି । ରାଜ୍ୟ ସଂଯୋଜକ କେଦାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ବକ୍ସି ଜଗବନ୍ଧୁଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ ଓ ଉପଢୌକନ ପ୍ରଦାନ କରି ସମାରୋହ ଉଦ୍‌ଘାଟନ କରିଥିଲେ । “ପାଇକ ବଟାଲିଅନ୍‌” ଗଠନ ପାଇଁ ଯେଉଁ ରାଜନୈତିକ ଦଳ ଆହ୍ୱାନ ଦେବେ ଆଗାମୀ ନିର୍ବାଚନରେ ନିଖିଳ ଓଡ଼ିଶା ପାଇକ ମହାସଂଘ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବ । ଅନ୍ୟତମ ଅତିଥି ଭାବରେ ଚିଲିକା ବାଣପୁର ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦାନ କରିଥିଲେ । ପାଇକ ମାନଙ୍କ ସ୍ୱାର୍ଥ ପାଇଁ ମୋ ଲଢେଇ ଜାରି ରହିବ । ମୁଁ ପାଇକ ପୁଅର ନାରା ପ୍ରଦାନ କରିଥିଲେ । ବରିଷ୍ଠ ସମାଜସେବୀ ଶ୍ରୀମତୀ ଗୀତା ଚଇନୀ, ରାଜ୍ୟ ସରକାର “ପାଇକ ବିଦ୍ରୋହ ଦିବସ ମାର୍ଚ୍ଚ ୨୯ ତାରିଖକୁ ରାଜ୍ୟସ୍ତରୀୟ ସମାରୋହରେ ପାଳନ କରିବାକୁ ଆହ୍ୱାନ ପ୍ରଦାନ କରିଥିଲେ” । ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ପାଇଁ ଦାବି ଜଣାଇଥିଲେ । ଉପଦେଷ୍ଠା ଡ଼ଃ. ଶଶାଙ୍କ ଶେଖର ଚୁଡ଼ାମଣୀ ପାଇକ ଆଖଡ଼ାକୁ ସ୍କୁଲ୍ କଲେଜ୍‌ରେ ସାମିଲ୍ କରି ତାହାକୁ ଏନ୍‌.ସି.ସି ଓ ସ୍କାଉଟ୍ ଭଳି ମାନ୍ୟତା ଦେବାକୁ ଦାବି କରିଥିଲେ । ରାଜ୍ୟ ସଂଯୋଜକ କେଦାର ଦାସ ପାଇକ ବିଦ୍ରୋହ ମାର୍ଚ୍ଚ ୨୯ ତାରିଖର ଐତିହ୍ୟ, ବାଣପୁରରେ ପ୍ରଥମ ପାଇକ ମେଳି, ଇଂରେଜ ବିରୁଦ୍ଧରେ ପାଇକ ମାନଙ୍କର ସଶସ୍ତ୍ର ସଂଗ୍ରାମ, ରଣକୌଶଳକୁ କିଭଳି ଇଂରେଜମାନେ ଭୟ କରିଥିଲେ ତାହା ଉପରେ ଆଲୋକପାତ କରିଥିଲେ । ବର୍ଷିୟାନ ପାଇକ ଗୁରୁ ଭାସ୍କର ସୁନ୍ଦରାୟ ସ୍ୱତନ୍ତ୍ର ପାଇକ ଭତ୍ତା ପାଇଁ ଦାବି କରିବା ସହିତ କଳାକାର ଭତ୍ତାରେ ୩୦% ପାଇକମାନଙ୍କ ପାଇଁ ସଂରକ୍ଷଣ ଦାବି କରିଥିଲେ । କେନ୍ଦ୍ର ସରକାର “ପାଇକ ବିଦ୍ରୋହ”କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇଁ ସମସ୍ତେ ଦାବି ଜଣାଇଥିଲେ । ଆଜି ଦଳ ମତ୍ତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ ସମାଜସେବୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମାବେଶରେ ପାଇକ ଶର୍ଦ୍ଦାର ରାଜ୍ୟ ଉପଦେଷ୍ଠା ବିଜୟ କୁମାର ଆଇଚ, ମହାସଂଘ ରାଜ୍ୟ ମୁଖପାତ୍ର ରାଜୀବ ନୟନ ରଥ, ବାଣପୁର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୟାଗଡ଼ ସଭାପତି ଭରତ ଜେନା, ପୁରୀ ଜିଲ୍ଲା ଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, କଟକ ଜିଲ୍ଲା ଗୁରୁ କେଦାର ମହାରଣା ଓ ବିଜନ ପାଇଟଳ ଓ ରାଜ୍ୟରୁ ଆସିଥିବା ଦଳେଇ, ଦଳବେହେରା, ଦଳପତି, ପାଇକ ଶର୍ଦ୍ଦାର ପ୍ରମୁଖ ଯୋଗଦାନ କରିଥିଲେ । ପାଇକଗୁରୁ ସୁକାନ୍ତ ଷଣ୍ଢ ଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ପାଇକ ଆଖଡ଼ା ଦଳ ଖଣ୍ଡା, ଢାଲ, ତରବାରୀ, ବନାଟି, ଫାର୍ସା, କୁନ୍ତ, ଗଦା, ମୁଦ୍‌ଗର, ପ୍ରଭୃତି ଅସ୍ତ୍ରଶସ୍ତ୍ରରେ ସମରକଳା ପ୍ରଦର୍ଶନ କରିଥିଲେ । ଯାହା ପାଇକ ବିଦ୍ରୋହର ରଣକୌଶଳର ଇତିହାସକୁ ରୋମନ୍ଥନ କରିଥିଲା ।

Leave A Reply

Your email address will not be published.