ବିଜୁ ଜନତା ଦଳର ମିଶ୍ରଣ ପର୍ବରେ ଦଳରେ ସାମିଲ ହେଲେ ଅନେକ ଯୁବ ପିଢୀ

ମାଲକାନଗିରି, ୧୩।୪: ବିଜୁ ଜନତା ଦଳ ପ୍ରତି ଅକୁଣ୍ଠ ଭଲ ପାଇବା ସହ ଲୋକଙ୍କ ବିପୁଳ ସମର୍ଥନରେ ବିଜୁ ଜନତା ଦଳ ଜନ ଆଗକୁ ବଢୁଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଏବଂ ଦଳୀୟ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳର ସଂଖ୍ୟାଧିକ ନେତୃବୃନ୍ଦ ଏବଂ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି । ଏହି କ୍ରମରେ ଆଜି ମାଲକାନଗିରି ସହର ଲାଠିଆଗୁଡା ସ୍ଥିତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଅନେକ ଅନ୍ୟ ଦଳୀୟ ନେତୃ ମଣ୍ଡଳୀ ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଜେଡି ନେତା ରମେନ ମଣ୍ଡଳ ଓ ସୁବ୍ରତ ଶୀଲଙ୍କ ନେତୃତ୍ବରେ ଜିଲ୍ଲାର କାଲିମେଳା ବ୍ଲକ ଭେଙ୍କେଟପାଲ୍ଲାମ ଗ୍ରାମ ପଞ୍ଚାୟତର ସୁନୀଲ ବିଶ୍ୱାସ, ଗୌତମ ମଣ୍ଡଳ, ରତନ ମଣ୍ଡଳ, ରାହୁଲ ହାଲିଆ, ସୁଶାନ୍ତ ମୀର୍ଦ୍ଧା, ରାମ ଚନ୍ଦ୍ର ପଡ଼ିଆମୀ, ଭବେନ ମଣ୍ଡଳ ପ୍ରମୁଖଙ୍କ ସହ ୩୦ରୁ ଉର୍ଦ୍ଧ୍ବ ଯୁବ ଗୋଷ୍ଟି ଅନ୍ୟ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସମ୍ପାଦକ ବସନ୍ତ ନାୟକ, ପୌରାଞ୍ଚଳ ଛାତ୍ର ସଭାପତି ସଙ୍କର ପାଣିଗ୍ରାହୀ, ବିଜେଡି ମିଡ଼ିଆ ସଂଯୋଜକ ସଦାନନ୍ଦ ଖରା ଓ କେ.ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.