ବିଜେଡିକୁ ଭୋଟ ନଦେବାରୁ ଶ୍ରମିକ ଛଟେଇ

ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘର ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର ଠିକା ଖଣି କର୍ମଚାରୀ ବାମ୍ବିଲୋ ଗାଁର ପ୍ରିୟବ୍ରତ ମହାପାତ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ପ୍ରିୟବ୍ରତଙ୍କୁ ଶ୍ରୀ ଧୀର ଦେଇଥିବା ଧମକର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ବିଜେପିକୁ ଭୋଟ୍‌ ଦେଇଥିବା ଦର୍ଶାଯାଇ ପ୍ରିୟବ୍ରତକୁ ଚାକିରିରୁ ବାହାର କରାଯାଇଥିବା କୁହାଯାଇଛି। ଆଜି ବିଜେପି ଯୁବମୋର୍ଚ୍ଚା ସଂପୃକ୍ତ ପ୍ରିୟବ୍ରତଙ୍କ ସପକ୍ଷରେ କାଳିଆପାଣି ଥାନାରେ ଫେରାଦ୍ ହୋଇ ଶ୍ରୀ ଧୀରଙ୍କ ନାମରେ ଏତଲା କରିଛନ୍ତି।

ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ ରାଜ, କୁହିକ‌ା ସରପଞ୍ଚ ଅଶ୍ବିନୀ ପରିଡ଼ା, ପୁଷ୍ପକ ମହାପାତ୍ର, ଗୋଲେଖ ଦେଓ, ରବୀନ୍ଦ୍ର କୁମାର ପୁହାଣ, ସନ୍ତୋଷ କୁମାର ମୁଦୁଲି ପ୍ରମୁଖ ଏଏସ୍‌ଆଇ ବିଜୟ କୁମାର ତରାଇଙ୍କୁ ଭେଟି ଶ୍ରୀ ଧୀରଙ୍କ ବିରୋଧରେ ଏତଲା ଦେଇଥିଲେ। ଭିଡିଓକୁ ତର୍ଜମା ପରେ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଅନ୍ୟ ପକ୍ଷରେ ଏ ସଂପର୍କରେ ଶ୍ରମିକନେତା ଶ୍ରୀ ଧୀରଙ୍କର ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ତାଙ୍କ ସହ ଯୋଗାଯୋକ ସମ୍ଭବ ହୋଇପାରି ନଥିଲା।

Leave A Reply

Your email address will not be published.