କଳିଯୁଗର ମା’! ୩ ବର୍ଷର ପୁଅର ମୁଣ୍ଡ କାଟି କଲା ହତ୍ୟା

୩ ବର୍ଷର ପୁଅର ମୁଣ୍ଡ କାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ଲୁକୁମାରୀ ଗାଁରୁ ସାମ୍ନାକୁ ଆସିଛି ଏହି ବର୍ବର କାଣ୍ଡ । ଗାଁରେ ଚଇତିପର୍ବ ଚାଲିଥିଲାବେଳେ ଏହି ବର୍ବର କାଣ୍ଡ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ମାଆ ଅଟକ ରହିଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

୩ ବର୍ଷ ବୟସର ପୁଅର ମୁଣ୍ଡ କାଟି ହତ୍ୟା କରିଛି ମା’ ।

କୋରାପୁଟ ସଦର ଥାନା ଲୁକୁମାରୀ ଗାଁରେ ଘଟିଛି ଏହି ବର୍ବର କାଣ୍ଡ । ଗାଁରେ ଚଇତିପର୍ବ ଚାଲିଥିବା ବେଳେ ଘଟିଥିଲା ଏହି ବର୍ବର କାଣ୍ଡ । ଅଭିଯୁକ୍ତ ମା’ ଅଟକ ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । କାହିଁକି ଓ କେଉଁ ପରିସ୍ଥିତିରେ ମା’ ପୁଅକୁ ହତ୍ୟାକରିଛି, ସେନେଇ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଘଟଣା ସମ୍ପର୍କରେ ଅଧିକ ସୂଚନା ଜାଣିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

ତେବେ ନିକଟରେ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ନିଶ୍ଚିହ୍ନ କରିଦେଇଛି। ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.