କୁମୁଟିଗୁଡାରେ ସେକ୍ସ ରାକେଟର ପର୍ଦାଫାସ କଲା ପୁଲିସ: ରାଣୀ ମହୁମାଛି ସହ ୨ ଗିରଫ

ମାଲକାନଗିରି, ୭/୧୨: ମାଲକାନଗିରିରେ ସେସ୍କ ରାକେଟ ଚାଲିଥିବା ନେଇ ପୁଲିସ ଖବର ପାଇଥିଲେ ମଧ୍ୟ ଏମାନଙ୍କୁ ଧରିବା ପାଇଁ ଦୀର୍ଘ ଦିନରୁ ଚେଷ୍ଟା ଜାରି ରଖିଥିଲା। ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ସଦର ମହକୁମାର କୁମୁଟିଗୁଡା ଠାରେ ଗୋଟିଏ ଘରେ ନିୟମିତ ବଡ ବଡ ଗାଡି ସହ ବହୁ ମଟରସାଇକେଲ ଲାଗୁଛି। କିଛି ଯୁବକ, ବୟସ୍କ ବ୍ୟକ୍ତିମାନେ ସେହି ଘରକୁ ବାରମ୍ବାର ରାତି ଦିନ ଆସୁଛନ୍ତି। ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ କୁମୁଟିଗୁଡା ସ୍ଥିତ ସେହି ଘରେ ଚଢାଉ କରିଥିଲା। ତେବେ କିଛି ବ୍ୟକ୍ତି ଦୌଡି ପଳାଇବାରେ ସଫଳ ହୋଇଥିବା ବେଳେ ଦୁଇ ଜଣ ଯୁବକକୁ ପୁଲିସ କାବୁ କରିଥିଲା। ଏଥିସହ ରାଣୀ ମହୁମାଛି ସହ ଦୁଇ ମହିଳାଙ୍କୁ ଅଟକ ରଖିଥିଲା। ତେବେ ରାଣୀ ମହୁମାଛି ହେଉଛି ସର୍ମିଲା ଚକ୍ରବର୍ତ୍ତୀ। ସେ କିଛି ଝିଅ ଏବଂ ମହିଳାଙ୍କୁ ଆଣି ଏଠାରେ ଧନ୍ଦା ଚଳାଇଥିଲା। ତେବେ ଯେଉଁ ବ୍ୟକ୍ତି ମାନେ ପୁଲିସ ହାତରେ ଗିରଫ ହେଲେ ସେମାନେ ହେଲେ ସୁକମା ଅଞ୍ଚଳର ଦୀପକ ଗାନ୍ଧୀ ଏବଂ ରାକେଶ ବାଲା। ପୁଲିସ ଆଜି ସଂଧ୍ୟାରେ ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଅନ୍ୟ ଦୁଇ ମହିଳାଙ୍କୁ ପୁଲିସ ଅଟକ ରଖି ପଚରାଉଚରା ପରେ ଛାଡି ଦେଇଥିବା କହିଛି। ମାଲକାନଗିରି ଜିଲ୍ଲାରେ ଏହି ସେକ୍ସ ରାକେଟ ଦୀର୍ଘ ଦିନ ଧରି କୁମୁଟିଗୁଡାରେ ଚାଲୁଥିଲା। ତେବେ ପୁଲିସ ଏହାର ଟେର ମଧ୍ୟ ପାଇପାରୁନଥିଲା। ପୁଲିସ କୁମୁଟିଗୁଡାର ଏହି ଘରୁ ୩ଟି ମୋବାଇଲ, ୧୦,୫୦୦ ଟଙ୍କା ନଗଦ ସହ ବହୁ ମାତ୍ରାରେ କଣ୍ଡୋମ, ଜାପାନୀ ତେଲ ଇତ୍ୟାଦି ଜବତ କରିଥିବା କହିଛି। ଏଠାରୁ ପଡୋଶୀ ରାଜ୍ୟରୁ ଲୋକମାନେ ଆସୁଥିବା କୁହାଯାଇଛି। ରାଣୀ ମହୁମାଛି କୁହାଯାଉଥିବା ସର୍ମିଲାର ବଡ ନେଟଵର୍କ ଥିବା କଥା କୁହାଯାଉଛି। ତେବେ ପୁଲିସ ହାତରେ ଲାଗିଥିବା ମୋବାଇଲରେର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ରହିଥିବା ସନ୍ଦେହ କରାଯାଉଛି। ଯାହର ଗୁମର ଖୋଲିଲେ ବହୁତ ବଡ ହଇଚଇ ସୃଷ୍ଟି ହେବ ବୋଲି କୁହାଯାଇଛି।ତେବେ ପୁଲିସ ଏନେଇ ଆଗକୁ କଣ କରୁଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.