mobile header

ମର୍ମନ୍ତୁକ ସଡକ ଦୁର୍ଘଟଣା: କାର ଓ ମୋଟର ସାଇକେଲ ମୁହାଁମୁହିଁ, ଦୁଇ ମୃତ

କାଲିମେଳା ତା ୨୬/୩: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧିନ ପୋତାଖାଲ କଲୋନୀ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଗୋଗିଏ ଧଳା ରଙ୍ଗର ସିଜି ୦୪ ଏଲଏଲ ୧୩୪୧ ନମ୍ବର ବିଶିଷ୍ଟ ହୋଣ୍ଡା ବ୍ରିୟ କାର ସହିତ ବିପରୀତ ଦିଗରୁ ଦୂତଗତିରେ ଆସୁଥିବା ଗୋଟିଏ କଳା ରଙ୍ଗର ଓଡି୩୦ସି ୯୫୦୭ ନମ୍ବର ବିଶିଷ୍ଟ ହେଚ ଏଫ ସିଡି ଡିଲସ୍କ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଶକ୍ତ ଧକ୍କା ହୋଇଥିଲା ଫଳରେ ମଟର ସାଇକେଲଟି କାରର ସମ୍ମୁଖରେ ପିଟି ହୋଇ କାର ଇଞିନ ଭିତରେ ପଶି ଯାଇଥିବା ବେଳେ ଘଟଣାସ୍ଥଳରେ ମୋଟର ସାଇକେଲ ଆରୋହୀ ଦୁଇଜଣ ଲାଛା ମାଢୀ ଓ ଗଙ୍ଗା କବାସୀଙ୍କର ମୂତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କର ଘର କାଲିମେଳା ବ୍ଳକ ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର ଏରାଗୋଣ୍ଡା ଗାଁର ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମରଶରୀର ଉଧାର କରିବା ସହ ଦୁର୍ଘଟଣାଗସ୍ତ ଗାଡି ମଟର ଜବତ କରି ଥାନା ଆଣିବା ସହିତ ମୃତକଙ୍କୁ ଚିହ୍ନଟ କରି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ କାଲିମେଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ମରଶରୀର ହସ୍ଥାନ୍ତର କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.