ଗୁଣପୁର : ହାତୀ ଆକ୍ରମଣ ରେ ଜଣେ ମୃତ

  ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଚାଲ କମ୍ବା ପାଞ୍ଚ। ୟତ ର ରୂପା ପଦର ରେ  ବଣୁଆ ହାତୀ   ଆକ୍ରମଣ ରେ ଜଣେ ମୃତ ବରଣ କରିଛି । ମୃତକ ହେଲେ ଗଦାଧର ସେନାପତୀ(୫୨ ବର୍ଷ) ଓ ତାଙ୍କ  ଘର ଗୁଣପୁର ବ୍ଲକ ର ଚାଲକାମ୍ବା ଗ୍ରାମ ବୋଲି ଜଣିପଡିଛି।  ରୁପା ପଦର ଗ୍ରାମ ନିକଟ  ସାନନଦୀ ପାଖରେ ଘଟିଛି ଅଘଟଣ। ଘଟଣା ସ୍ଥଳରେ ବନ ବିଭାଗ କର୍ମୀ ପହଞ୍ଚି ମୃତ ଦେହ ଉଦ୍ଧାର କରି ଗୁଣପୁର ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ଆଣିଚି ।ଆଜି ସକାଳେ ସେ ଦୋକାନ ଖୋଲି ହାତୀ ଆସିଥିବା ଖବର ପାଇ ହାତୀ ଦେଖିବାକୁ କିଛି ଲୋକଙ୍କ ସହ ଯାଇଥିଲେ । ହାତୀ ଦେଖିବା ବେଳେ ଅଚାନକ ହାତୀ ଆକ୍ରମଣ କରି ଗୋଦେଇବାରୁ ଅନ୍ୟ ମାନେ ଦୌଡ଼ି ଚାଲି ଯାଇଥିବା ବେଳେ ଗଦାଧର ତଳେ ପଡ଼ିଯାଇଥି ଲେ ।ବଣୁଆ ହାତୀ ଆସି ତାଙ୍କ ମୁହଁ କୁ ଶକ୍ତ ଆଘାତ ଦେବା ଫଳରେ ଘଟଣା ସ୍ଥଳରେ ସେ ମୃତ୍ୟୁ ବରଣ କରିଥିଲେ । 

ଗତ କିଛି ମାସ ହେବ ଏହି ଅଞ୍ଚଳରେ  ହାତୀପଲ ବୁଲୁ ଥିବା ଜାଣି  ବାନ ବିଭାଗ ହାତୀ ପ୍ରତି ସତର୍କ ରହିବାକୁ ସଚେତନ କରିଥିଲେ ତେବେ ଲୋକ ଅମାନିଆ ହେବା ଫଳରେ  ଏପରି କାଣ୍ଡ ଘଟୁଥିବା ରେଞ୍ଜର ରଞ୍ଜନ କୁମାର ମହାନ୍ତି କହିଛନ୍ତି । 

Leave A Reply

Your email address will not be published.