mobile header

ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହାଇଡ୍ରାମାର ଘଟିଲା ଅନ୍ତ; ଅସନ୍ତୋଷ ଗୋଷ୍ଠୀର କିରନ୍ କୁମାରୀ ହେଲେ ଅଧ୍ୟକ୍ଷା

ହାଇଡ୍ରାମା ମଧ୍ୟରେ ଚାଲିଥିବା ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ଆଜି ଅନ୍ତ ଘଟିଛି । ଧମକ ଚମକ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅତ୍ୟାଚାର ଜୁଲମକୁ ଖାତିର ନ କରି ଛତ୍ରପୁର ବିଧାୟକଙ୍କୁ ବିରୋଧ କରୁଥିବା ଅସନ୍ତୋଷ ବିଜେଡି ଗୋଷ୍ଠୀର ୧୨ ଜଣ ସମିତିସଭ୍ୟ ନିଜ ଜିଦ୍‌ରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରି ଆସିଥିଲେ । ଶେଷରେ ନିଜ ଗୋଷ୍ଠୀର ତଥା ଅଗସ୍ତିନୂଆଗାଁ ସମିତିସଭ୍ୟା କିରନ୍ କୁମାରୀ ଦାସଙ୍କୁ ବ୍ଲକ ଅଧ୍ୟକ୍ଷା ଆସନରେ ବସାଇବାରେ ସଫଳ ହୋଇଥିବା ସହ ଛତ୍ରପୁର ବିଧାୟକଙ୍କ ବିରୋଧରେ ଦିଆଯାଇଥିବା ଦୀର୍ଘ ୨୧ ଦିନର ଖୋଲା ଚ୍ୟାଲେଞ୍ଜ୍ ମୁକାବିଲା କରାଯାଇପାରିଛି। ବିରୋଧୀ ଗୋଷ୍ଠୀର କିରନ୍ କୁମାରୀ ଦାସ ବ୍ଲକ ଅଧ୍ୟକ୍ଷା ଘୋଷଣା ପରେ ଶତାଧିକ ସମର୍ଥକମାନେ ଛତ୍ରପୁର ବିଧାୟକ ହାଏ ହାଏ ନାରାବାଜି ଦେବା ସହ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଗତ ମାର୍ଚ୍ଚ ୧୨ ତାରିଖରେ ଥିବା ଛତ୍ରପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚନ୍ ହାଇଡ୍ରାମା ପରେ ବନ୍ଦ ହୋଇଥିଲା । ପୁଣି ଆଜି ମାର୍ଚ୍ଚ ୨ ତାରିଖ ସାନି ନିର୍ବାଚନ ରହିଥିବା ବେଳେ ଛତ୍ରପୁର ବିଧାୟକଙ୍କ ଇଙ୍ଗିତରେ ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ନିର୍ବାଚନକୁ ଏକତରଫା କରିବା ପାଇଁ ହୀନ ଚକ୍ରାନ୍ତ କରାଯାଇଛି ବୋଲି ବିଧାୟକଙ୍କ ବିରୋଧୀ ଗୋଷ୍ଠୀର ୧୨ ଜଣ ସମିତିସଭ୍ୟ ସହ ସେମାନଙ୍କ ସମର୍ଥକମାନେ ସଙ୍ଗୀନ୍ ଅଭିଯୋଗ କରିଛନ୍ତି । ଗଞ୍ଜାମ ପୁଲିସ ପ୍ରଶାସନ ଏତେ ତଳ ସ୍ତରକୁ ଖସିଯାଇ ଗତକାଲି ବିଳମ୍ବିତ ରାତିରେ ଚିଲିକା ଅତିଥିଗୃହରେ ଜୋରଜବରଦସ୍ତ ପଶି ୧୨ ଜଣ ସମିତିସଭ୍ୟଙ୍କ ମୋବାଇଲ୍ ଛଡାଇ ଆଣିବା ସହ ଗେଷ୍ଟ୍ ହାଉସ୍ର ବାହାର ପଟୁ ପୁଲିସ ତାଲା ପକାଇଥିଲେ । ଏହାସହ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଓ ପୂର୍ବତନ ସମିତିସଭ୍ୟ ତଥା ଶ୍ରମିକନେତା ଏନ୍.ଦୁର୍ଯେ୍ୟାଧନ ରେଡ୍ଡୀଙ୍କୁ ପୁଲିସ ଉଠାଇ ନେଇ ଖଲ୍ଲିକୋଟ ଥାନାରେ ଅଟକ ରଖିଥିଲେ।

Ads by

ଆଜି ଦିନ ୧୨ଟା ୩୦ରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ରହିଥିବା ବେଳେ ୧୨ ଜଣ ସମିତିସଭ୍ୟଙ୍କୁ ଅଟକାଇ ବିଧାୟକଙ୍କ ସପକ୍ଷ ଗୋଷ୍ଠୀକୁ ଜିତାଇବା ପାଇଁ ପୁଲିସ ବଡ ଷଡଯନ୍ତ୍ର କରିଥିଲା । କିନ୍ତୁ ଗଣମାଧ୍ୟମର ସହଯୋଗ ପାଇଁ ଆଜି ଆମ୍ଭମାନଙ୍କୁ ବାଧ୍ୟ ହୋଇ ପୁଲିସ ଛାଡିଥିଲା । ପରେ ପୁଲିସ ‘ୟୁ ଟର୍ନ’ ହୋଇ ସୁରକ୍ଷା ଦେବାକୁ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି କହୁଛନ୍ତି । କିନ୍ତୁ ଆମେ କୌଣସି ଅସୁବିଧାରେ ଅଛି ଆମକୁ ପୁଲିସ ସୁରକ୍ଷା ଆବଶ୍ୟକ ରହିଛି ବୋଲି କାହାକୁ ନିବେଦନ କରିନାହୁଁ । ପୁଲିସ ଜାଣିଶୁଣି ଆମ୍ଭକୁ ପୂର୍ବରୁ ଭୟଭୀତ କରୁଥିବା ବେଳେ ଆଜି ନିର୍ବାଚନ ରହିଥିବାରୁ ଆମ୍ଭକୁ ଭୋଟ୍ ବେଳେ ଅନୁପସ୍ଥିତ ରଖିବା ପାଇଁ ଯୋଜନା କରୁଥିଲେ । ଆମ୍ଭ ୧୨ ଜଣ ସମିତିସଭ୍ୟ ଦୃଢତା ସହ ସବୁ ବାଧାବିଘ୍ନକୁ ସାମ୍ନା କରୁଥିବା ବେଳେ ବାଧ୍ୟ ହୋଇ ପୁଲିସ ଉକ୍ତ ଗେଷ୍ଟ ହାଉସ୍ ଠାରୁ ପାଇଲଟିଂ କରି ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।

Leave A Reply

Your email address will not be published.