ମାଲକାନଗିରିରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ପ୍ରଶିକ୍ଷଣ ଶିବିର

ମାଲକାନଗିରି, ୧୫/୧୧ (S.N. PANDA): ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ସଂଯୋଜନ ( ଡିପିଏମୟୁ ) ବିଭାଗର ମିଳିତ ଆନୁକୁଲ୍ୟରେ ‘ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟ ରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ‘ ବିଷୟ ବସ୍ତୁକୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ( ସିଡିଓ ) ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସହ ନିର୍ଦ୍ଦେଶକ ଶ୍ରୀମତୀ ଅଳକା ଜେନା, ଡିପିଏମୟୁର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ଦୃଢ ତଦାରଖ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପଞ୍ଚାୟତସ୍ତରରେ ମାଇକ୍ରୋ ପ୍ଲାନିଂ କରିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ସିଡିଓ ଶ୍ରୀ ସାହୁ ଉଲ୍ଲେଖ କରିଥିଲେ ଯେ ନିରନ୍ତର ବିକାଶର ଲକ୍ଷ୍ୟ କୁ ପର୍ଯ୍ୟବେସିତ କରି ବ୍ଲକ ଉନ୍ନୟନ ଯୋଜନା ଓ ଗ୍ରାମ ପଞ୍ଚାୟତ ଯୋଜନା ପ୍ରସ୍ତୁତ ହେବା ଦରକାର । ଉପନିର୍ଦ୍ଦେଶକ ଶ୍ରୀ ଦଳେଇ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର କମ୍ୟୁନିକେସନ କନସଲଟାଣ୍ଟ , ସନ୍ତୋଷ ହେମ୍ବ୍ର, କୁମାର ବେହେରା ଏସଡିଜି କନସଲଟାଣ୍ଟ, ଭେଙ୍କେଟେଶ ନାଏକ, ଡଃ ରମେଶ ଚାଲାଣଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ।

Leave A Reply

Your email address will not be published.