ପୂର୍ବତନ ମନ୍ତ୍ରୀଙ୍କ ବିୟୋଗରେ ଶୋକସଭା

ଜିଲ୍ଲା ହରାଇଲା ଜନନେତାଙ୍କୁ

ଖୁଣ୍ଟା: ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବେ ଥିବା ଖୁଣ୍ଟା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କର ୬୫ ପରୋଲକ ହୋଇଯାଇଛି । ଯାହାକୁ ନେଇ ତାଙ୍କର କର୍ମକ୍ଷେତ୍ର ଭାବେ ପରିଚିତ ଥିବା ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଶ୍ରୀ ନାୟକଙ୍କ ଆବର୍ତ୍ତମାନର ଖୁଣ୍ଟା ମିନି ଷ୍ଟାଡିୟମ ଠାରେ ବିଭିନ୍ନ ରାଜନୈତିକ ଦଳ, ସଂଗଠନ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କର ସ୍ମୃତିର ଶ୍ରୀ ନାଏକ ଙ୍କର ଶୋକ ସନ୍ତୋପତ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ କ୍ଯାଣ୍ଡେଲ ଶୋଭାଯାତ୍ରାରେ ବାହାରି ଖୁଣ୍ଟା ବଜାର ପରିକ୍ରମା କରିବା ସହ ହନୁମାନ ମନ୍ଦିର ନିକଟରେ ଏକତ୍ରୀତ ହୋଇ ଦୀପଦାନ କରାଯାଇ ଅମର ଆତ୍ମାର ସଦଗତି ନିମନ୍ତ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଦୋଷ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଖୁଣ୍ଟା ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପୁସ୍ପଲତା ମାରାଣ୍ଡି, ସାନଖୁଣ୍ଟା ସରପଞ୍ଚ ସୁମି ହାଁସଦାଃ, ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପାତ୍ର, ଶତିଶଚନ୍ଦ୍ର ପରିଡ଼ା, ହେମନ୍ତ ନାଏକ, ମନୋଜ ରଥ, ଉଜ୍ଜଳ ସେନ, ଜୟଚନ୍ଦ୍ର ସରେନ ପ୍ରମୁଖ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ନାଏକଙ୍କ ରାଜନୈତିକ ଜୀବନ ଯାତ୍ରା ଉପରେ ଆଲୋକପାତ କରିଥିଲେ । କେବଳ ଯେ ସେ ଜଣେ ଲୋକପ୍ରିୟ ରାଜନେତା ଥିଲେ ତାହା ନୁହେଁ ସେ ଜଣେ ହୃଦୟବାନ ବ୍ୟକ୍ତି ଭାବେ ସଂପୃକ୍ତ ଅଞ୍ଚଳରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ତାଙ୍କର ବିୟୋଗରେ ଜିଲ୍ଲା ଏକ ଜନନାୟକଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ , ସେ ସରକାରୀ ଚାକିରୀରୁ ସ୍ଵଛାକୃତ ଅବସର ଗ୍ରହଣ କରିବା ପରେ ଗୋପବନ୍ଧୁ ନଗର ବ୍ଳକ ୧୪ ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ୧୯୯୭ ମସିହାର ବିଜେପି ଦଳର ସମର୍ଥନରେ ବିଜୟୀ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ୨୦୦୦ରୁ ୨୦୦୪ ଏବଂ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଖୁଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ଏବଂ ୨୦୧୪ରେ ଶ୍ରୀ ନାଏକ ବିଜେଡ଼ି ଦଳରେ ସାମିଲ ହେବା ସହ ଗୋପବନ୍ଧୁ ନଗର ବ୍ଳକ ଅନ୍ତର୍ଭୁକ୍ତ ଥିବା ଉଦଳା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗ କେବଳ ଜିଲ୍ଲା ପାଇଁ ନୁହେଁ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ଘଟିଲା । ସେ ଜଣେ ଜନନାୟକ ଭାବେ ତୃଣମୂଳ ସ୍ତରରୁ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ଲୋକଙ୍କ ସହିତ ପରିବାରବର୍ଗଙ୍କ ଭଳି ମିଶି ପାରୁଥିବା ରାଜନେତା ବୋଲି ଅତିଥିମାନେ ନିଜନିଜ ବ୍ୟକ୍ତଙ୍କ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସୁଚାଇ ଥିଲେ ।

Leave A Reply

Your email address will not be published.