ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ସମ୍ମିଳନୀ

ଫୁଲବାଣୀ, ୨୮/୧୧: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସଭାପତି ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସାହିତ୍ୟିକମାନେ ଯୋଗ ଦେଇ ସାହିତ୍ୟ ପରିଷଦର ମୁକ୍ତ ଆଲୋଚନାରେ ଭାଗ ନେଇଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଫୁଲବାଣୀ ଶାଖାର ପ୍ରାକ୍ତନ ସମ୍ପାଦକ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଫୁଲବାଣୀ ପୌର ପାଳିକାର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗ ଦେଇ ସାହିତ୍ୟ ଓ ସାହିତ୍ୟିକ ମାନଙ୍କର ସମାଜ ଗଠନରେ ଥିବା ବଳିଷ୍ଠ ଭୂମିକା ବିଷୟରେ ଅଭିଭାଷଣ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାମ ଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗ ମୁଖ୍ୟ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ସାମ୍ପ୍ରତିକ ସମୟରେ ସାହିତ୍ୟ ଓ ସାହିତ୍ୟିକମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ ତଥା କାର୍ଯ୍ୟକାରିଣୀ ସଦସ୍ୟ ରାମକୃଷ୍ଣ ତ୍ରିପାଠୀ ଯୋଗ ଦେଇ ସାହିତ୍ୟରେ ଦେଶାତ୍ମବୋଧ, ରାଷ୍ଟ୍ରୀୟତା ତଥା ସମୃଦ୍ଧ ଭାରତ ଗଠନରେ ଭୂମିକା ସମ୍ପର୍କରେ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ନାରାୟଣ ନାୟକଙ୍କ ସମେତ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ପ୍ରଧାନ, ସମ୍ପାଦକ ଅଶୋକ ଭଟ୍ଟ, ଜିଲ୍ଲା ସଂଯୋଜକ ଏ ସନ୍ତୋଷ କୁମାର ପାତ୍ର ଶେଷରେ ଧନ୍ୟବାଦ ଦେଇଥିଲେ। ଏଥିରେ ସର୍ବଶ୍ରୀ ନବ କୁମାର ରଥ, ବିଷ୍ଣୁ ପ୍ରସାଦ ମିଶ୍ର, ନବୀନ କିଶୋର ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ବିରଞ୍ଚି ନାରାୟଣ ମିଶ୍ର, ସୁଜିତ ପଣ୍ଡା, ଅନିଲ କୁମାର ପ୍ରଧାନ, ସୋମନାଥ ସାହୁ, ହରପ୍ରିୟା ମିଶ୍ର, ପ୍ରଭାତୀ ପାତ୍ର, ବୈଜୟନ୍ତୀମାଳା ମହାପାତ୍ର, ଦେବେନ୍ଦ୍ର ପଟ୍ଟନାୟକ, ରାମକୃଷ୍ଣ ବେହେରା, ସତ୍ୟବାଦୀ ସାମନ୍ତରାୟ, ତ୍ରୈଲୋକ୍ୟନାଥ ସେନାପତି, ସନ୍ତୋଷ ତ୍ରିପାଠୀ, ସୁଶାନ୍ତ ନାୟକ ଆଦି ସାହିତ୍ୟିକମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.