୨୦୨୩ କହିବ ୨୦୨୪ରେ କିଏ ଗଢିବ କେନ୍ଦ୍ରରେ ସରକାର ? ଅଧିକାଂଶ ରାଜ୍ୟରେ ଅଡୁଆରେ ବିଜେପି; ରାଜସ୍ଥାନ ଓ ଛତିଶଗଡ କଂଗ୍ରେସକୁ କନ୍ଦଳ ଭୟ

୨୦୨୩ କହିବ ୨୦୨୪ରେ କିଏ ଗଢିବ କେନ୍ଦ୍ରରେ ସରକାର । କାରଣ ଆସନ୍ତାବର୍ଷ ୯ଟି ରାଜ୍ୟ ସହିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ହୋଇପାରେ ନିର୍ବାଚନ । ଆଉ ଏହି ନିର୍ବାଚନ ଫଳାଫଳ ହିଁ କହିବ କିଏ ୨୦୨୪ରେ ସରକାର ଗଢିବେ । ଏଥିପାଇଁ ତତ୍ପରତା ଦେଖାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ

୨୦୨୩ରେ ୯ ରାଜ୍ୟରେ ନିର୍ବାଚନ
କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁରେ ହେବେ ନିର୍ବାଚନ !

କର୍ଣ୍ଣାଟକ

ବିଜେପି ପାଇଁ କର୍ଣ୍ଣାଟକ ସମ୍ମାନଜନକ ରାଜ୍ୟ
ଏକମାତ୍ର ଦକ୍ଷିଣ ଭାରତ ରାଜ୍ୟ ଯେଉଁଠି ବିଜେପି କ୍ଷମତାରେ ଅଛି
କଂଗ୍ରେସ ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବାକୁ ଉଦ୍ୟମ କରିବ
ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ କର୍ଣ୍ଣାଟକରେ ଚ୍ୟାଲେଞ୍ଜ
ବିଜେପି ସରକାର ଦୁର୍ନୀତି ଅଭିଯୋଗର ସାମ୍ନା କରୁଛି
କଂଗ୍ରେସରେ ଦଳୀୟ କନ୍ଦଳ ଦଳ ପାଇଁ ଅଡୁଆରେ
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଏବଂ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ମଧ୍ୟରେ ବିବାଦ!

ଛତିଶଗଡ଼

୨୦୧୮ ନିର୍ବାଚନରେ କଂଗ୍ରେସ ୯୦ରୁ ୬୮ ଆସନରେ ଜିତିଥିଲା
ବିଜେପି ମାତ୍ର ୧୫ଟି ଆସନରେ ଜିତିଥିଲା
ନିକଟରେ ହୋଇଥିବା ଉପନିର୍ବାଚନରେ ମଧ୍ୟ କଂଗ୍ରେସର ବିଜୟ ହୋଇଛି
ଉପନିର୍ବାଚନ ଫଳାଫଳ ଦେଉଛି ୨୦୨୩ ବିଧାନସଭା ନିର୍ବାଚନ ସଙ୍କେତ!
ଉଭୟ କଂଗ୍ରେସ ଏବଂ ବିଜେପି ନିର୍ବାଚନ ପ୍ରସ୍ତୁତ

ମଧ୍ୟପ୍ରଦେଶ

ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇପାରେ ବୋଲି ଜୋରଦାର ଚର୍ଚ୍ଚା
ଗୁଜରାଟରେ ମୁଖ୍ୟମନ୍ତ୍ରୀ ବଦଳାଇବାପରେ ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି
ମଧ୍ୟପ୍ରଦେଶରେ ମଧ୍ୟ ଠିକ୍ ସେହି ପନ୍ଥା ଆପଣାଇପାରେ ବିଜେପି
ଅନ୍ତିମ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା
ପରେ ଦଳ ଅଦଳ ବଦଳ ପାଇଁ କମଲନାଥ ସରକାର ଭାଙ୍ଗିଯାଇଥିଲା

ରାଜସ୍ଥାନ

– କ୍ଷମତାରେ ରହିଛି କଂଗ୍ରେସ
– ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିଦ୍ରୋହ ରହିଛି
– ମୁଖ୍ୟମନ୍ତ୍ରୀ ପଦ ପାଇଁ ଗେହଲଟ ଏବଂ ପାଇଲଟଙ୍କ ମଧ୍ୟରେ କଳି
– ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି
– ବିଜେପିରେ ମଧ୍ୟ ଅନ୍ତଃକନ୍ଦଳ
– ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ନେଇ ଦଳରେ କନ୍ଦଳ
– ବିଜେପିକୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହିଥଲେ ବସୁନ୍ଧରା!

ତେଲେଙ୍ଗାନା

– ୨୦୧୮ରେ ୧୧୯ ଆସନରୁ ୮୭ ଆସନରେ ଜିତିଥିଲା ଟିଆରଏସ
– ୨୦୧୪ ନିର୍ବାଚନ ତୁଳନାରେ ୨୦୧୮ରେ ଦଳର ଆସନ ସଂଖ୍ୟା ବଢ଼ିଥିଲା
– ରାଜ୍ୟରେ ଆଗକୁ ବଢୁଛି ବିଜେପି
– ନିକଟ ଉପନିର୍ବାଚନରେ ଦୁଇ ଦଳର ଭୋଟ୍ ବ୍ୟବଧାନ ମାତ୍ର ୧୦ ହଜାର ଥିଲା
– ଟିଆରଏସକୁ ଜାତୀୟ ସ୍ତର ଦଳ କରିବାକୁ ଯାଇ ନାମ ପରିବର୍ତନ ହୋଇଛି
-ଟିଆରଏସ ହୋଇଛି ବିଆରସ (ଭାରତୀୟ ରାଷ୍ଟ୍ରୀୟ ସମିତି)

ଜମ୍ମୁ କାଶ୍ମୀର

-୨୦୧୮ରୁ ଜମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି
-୨୦୨୩ରେ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ
-ଜମ୍ମୁ କଶ୍ମୀରରେ ଶୀଘ୍ର ନିର୍ବାଚନ ହେବାନେଇ ବିଜେପି ପ୍ରଭାରୀ ସଙ୍କେତ ଦେଇଥିଲେ
– କଂଗ୍ରେସ, ବିଜେପି, ଏନସି, ପିଡିପି ମଧ୍ୟରେ ହେବ ଟକ୍କର
– ଭୋଟରମାନେ କେଉଁଆଡ଼କୁ ଢ଼ଳିବେ?

ତ୍ରିପୁରା

-୨୦୧୮ ନିର୍ବାଚନରେ ୬୦ ଆସନରୁ ବିଜେପି ଜିତିଥିଲା ୩୫ ଆସନ
-ବିଜେପି ଏବଂ ବାମ ଦଳ ମଧ୍ୟରେ ଭୋଟ୍ ବ୍ୟବଧାନ ୧.୩୭ ପ୍ରତିଶତ ଥିଲା
-କଂଗ୍ରେସ ତୃତୀୟ ସ୍ଥାନରେ ଥିଲା
-ତ୍ରିପୁରାରେ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଏକାଠି ହେବେ!
– ମେ’ରେ ବିପ୍ଳବ ଦେବଙ୍କ ସ୍ଥାନରେ ମାଣିକ ଶାହ ମୁଖ୍ୟମନ୍ତ୍ରୀ ହୋଇଛନ୍ତି

ମେଘାଳୟ

-୨୦୧୮ ନିର୍ବାଚନରେ କଂଗ୍ରେସ ଜିତି ବଡ଼ ଦଳ ହୋଇଥିଲା
-୬୦ ଆସନରୁ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁ ପାରିନଥିଲା
– ଏନପିପି ସହ ହାତ ମିଳାଇ ବିଜେପି ସରକାର ଗଠନ କରିଥିଲା
-କନରାଡ଼ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ହୋଇଥିଲେ
– ଗତ ମାସଠାରୁ ବିଜେପି ଏବଂ ଏନପିପି ମଧ୍ୟରେ ଫାଟ ଦେଖାଦେଇଛି
– ଏନପିପିର ୨ ଜଣ ବିଧାୟକ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି
– ବିଜେପି ଆଗାମୀ ନିର୍ବାଚନରେ ମଧ୍ୟ ମେଂଟ ସରକାରର ନେତୃତ୍ୱ ନେବାକୁ ଚାହୁଁଛି
– ୨୦୨୩ରେ ଏନପପି ଓ ବିଜେପି ମେଂଟ ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର

ନାଗାଲାଣ୍ଡ

-ନାଗାଲାଣ୍ଡରେ ଏନଡିପିପି (ନେସନାଲିଷ୍ଟ୍ ଡିମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି) ବିଜେପି ମେଂଟ ସୁଦୃଢ଼
-୨୦୨୩ ନିର୍ବାଚନରେ ବିଜେପି ୨୦ ଆସନରେ ନିର୍ବାଚନ ଲଢ଼ିବା ଲକ୍ଷ୍ୟ ରଖିଛି
-ଅନ୍ୟ ୪୦ ଆସନରେ ଏନଡିପିପି ପ୍ରାର୍ଥୀ ଲଢିବେ
-୨୦୧୮ ନିର୍ବାଚନରେ ବିଜେପି ୧୨ ଆସନରେ ଜିତିଥିଲା
– ବିଜେପି ଅଧିକ ଆସନରେ ନିର୍ବାଚନ ଜିତିବ ନେଇି ଆଶାବାଦୀ

ମିଜୋରାମ

୨୦୧୮ ରେ ମିଜୋ ନେସନାଲ ଫ୍ରଟ (ଏମଏନଏଫ୍) ୪୦ ଆସନରୁ ୨୬ ଆସନରେ ଜିତିଥିଲା
କଂଗ୍ରେସ ମାତ୍ର ୫ଟି ଆସନରେ ଜିତିଥିଲା
ବିଜେପି ଗୋଟିଏ ଆସନରେ ଜିତି ଖାତା ଖୋଲିଥିଲା
୨୦୨୩ ନିର୍ବାଚନରେ ଏମଏନଏଫ ଏବଂ ବିଜେପି ନିଜ ନିଜର ଆସନ ସଂଖ୍ୟା ବଢ଼ାଇବାକୁ ଆଶା ରଖିଛନ୍ତି

Leave A Reply

Your email address will not be published.