ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରରେ ଜାତୀୟ ଯୁବ ଦିବସ ପାଳିତ

ପଦ୍ମପୁର: ଆଜି ତା.୧୨.୦୧.୨୦୨୩ (ଗୁରୁବାର) ଦିବା ୧୨.୩୦ ଘ.ରେ ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସନ୍ଥ ଓ ଦାର୍ଶନିକ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଯୁବ ରେଡକ୍ରସ୍ର ପରାମର୍ଶଦାତା ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଓ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ପ୍ରଦୀପ କୁମାର ପଣ୍ଡା ଓ ପ୍ରାଧ୍ୟାପକ ଗଜରାଜ ପାତ୍ର ସ୍ୱାମୀଜୀଙ୍କ ଜୀବନୀ ଓ ଆଦର୍ଶ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଡ.ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଦେଶ ଓ ସମାଜ ଗଠନରେ ଯୁବ ଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ l ପ୍ରାଧ୍ୟାପକ ଡ. ମନୋଜ କୁମାର ପ୍ରଧାନ ଓ ଅଧ୍ୟାପକ ସମୀର ନାଗ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଯୁବ ରେଡକ୍ରସ୍ର ସ୍ଵେଚ୍ଛାସେବୀ ଚନ୍ଦନ ସାହୁ ଓ ଅଜିତ କୁମାର ରଣା ତଥା କର୍ମଚାରୀ କାନ୍ତିଲାଲ ରଣା କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ l ପରିଶେଷରେ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l

Leave A Reply

Your email address will not be published.