ମାଲ୍ୟବନ୍ତ ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଡିଏନକେରେ ଗାଡି ପଶିବା ମନା- ଜିଲ୍ଲାପାଳ

ମାଲକାନଗିରି,୧୪/୧: ମାଲ୍ୟବନ୍ତ ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଜିଲ୍ଲାପାଳ ବିଶାଲ ସିଂ ସାମ୍ବାଦିକ ସମ୍ମିଳନୀରେ ମାଲ୍ୟବନ୍ତ ମହୋତ୍ସବରେ କିପରି ଲୋକେ ଶାନ୍ତି ଶୃଙ୍ଖଳାରେ ମନୋରଞ୍ଜନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଥିଲେ। ଚଳିତ ବର୍ଷ ଟ୍ରାଫିକ ବ୍ୟବସ୍ଥାରେ ବହୁ ପରିବର୍ତ୍ତନ କରାଯାଇଥିବା କହିଥିଲେ।କାଲିମେଳା ପଟରୁ ଆସୁଥିବା ଦୁଇ ଚକିଆ ଏବଂ ଚାରି ଚକିଆ ପାଇଁ ଭିନ୍ନ ଭିନ୍ନ ସ୍ଥାନ କରାଯାଇଥିବା ବେଳେ ମାଥିଲି ଏବଂ ସୁକମା ପଡରୁ ଏବଂ ଚିତ୍ରକୋଣ୍ଡ ତଥା ବାଲିମେଳା ପଟରୁ ଆସୁଥିବା ଲୋକଙ୍କ ପାଇଁ ଗୌଡଗୁଡା ଛକ ନିକଟରେ ଗାଡିଗୁଟିକ ପାର୍କିଂର ବ୍ୟବସ୍ଥା କରାଯାଇଛି।ତେବେ ସେଠାରୁ ମାଲ୍ୟବନ୍ତ ପଡିଆ ବହୁତ ଦୁର ହେଉଥିବାରୁ ଛୋଟ ଛୋଟ ମିନି ବସର ବ୍ୟବସ୍ଥା କରାଯାଇଛି। ପଡିଆ ଭିତରେ କୌଣସି ଉଠା ଦୋକାନୀଙ୍କୁ ସ୍ଥାନ ଦିଆଯିବ ନାହିଁ। ମୋଟ ୧୯୫ଟି ଷ୍ଟଲ ନିର୍ମାଣ କରାଯାଇଛି। କୋରାପୁଟ ପରବରେ ହୋଇଥିବା ଟ୍ରାଫିକ ବ୍ୟବସ୍ଥାରେ ଲୋକେ ହନ୍ତସନ୍ତ ହୋଇଥିବାରୁ ତାହାକୁ ଏଠାରେ ଦୋହରା ଯିବ ନାହିଁ ବୋଲି କୁହାଯାଇଥିଲା। ଯଦି ମାଲ୍ୟବନ୍ତ ପଡିଆରେ ଲୋକଙ୍କ ଜନସମାଗମ ଜବରଦସ୍ତ ହୁଏ ତେବେ ଆଉ ଭିତରକୁ ଲୋକଙ୍କୁ ଛଡାଯିବ ନାହିଁ ବୋଲି କୁହାଯାଇଛି। ତେଣୁ ପୋଲିସର କଡା ସୁରକ୍ଷାରେ ସମସ୍ତ କାର୍ଯ୍ୟକ୍ରମ କରାଯିବ। ଏଥିରେ ବିଏସଏଫର ସମସ୍ତ ସହଯୋଗ ରହିବ। ୫ ହଜାର ଲୋକଙ୍କ ବସିବାର ସମସ୍ତ ବ୍ୟବସ୍ଥା କରାଯାଇଛି।ଲୋକେ ଏହି ଲୋକ ପର୍ବର ସବୁ ମଜା ଉଠାଇବା ପାଇଁ ପଡିଆ ଭିତରେ ବିଭିନ୍ନ ପ୍ରକାର ଦୋକାନ ସବୁ ବସିବ। ବିଭିନ୍ନ ରାଜ୍ୟରୁ ଆସୁଥିବା ଲୋକ କଳାକୁ ଏଠାରେ ପ୍ରଦର୍ଶନ କରାଯିବ।

Leave A Reply

Your email address will not be published.