୨୭ତମ ସର୍ବଭାରତୀୟ ବୋରାସମ୍ବର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ୟୁନିଅନ୍ ସ୍ପେଟିଙ୍ଗ କଟକ କୁ ହରାଇ ଫରେଷ୍ଟ କ୍ରିକେଟ କ୍ଲବ ଛତିଶଗଡ଼ ଫାଇନାଲ ପ୍ରବେଶ

ପଦ୍ମପୁର, ୧୪.୦୧.୨୦୨୩: ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ପୋଲ ବିର ସେମିଫାଇନାଲ ମ୍ୟାଚ ୟୁନିଅନ ସ୍ପୋଟିଙ୍ଗ କଟକ ଓ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭରେ ପ୍ରଥମେ କଟକ ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରି ନିର୍ଧାରିତ ୩୫ ଓଭରରେ ୯ ୱିକେଟ୍ ବିନିମୟ ୨୫୧ ରନ୍ ସଂଗ୍ରହ କରିଥିଲା। କଟକ ଦଳ ତରଫରୁ ଲିଲାଧର ପ୍ରଧାନ ୫୬(୬୬), ପଙ୍କଜ ସେନାପତି ୫୦(୪୪) ଓ ବିନାୟକ ସାହୁ ୪୪ (୨୪)ରନ କରିଥିଲେ। ଏହାର ଜବାବରେ ଫରେଷ୍ଟ ଦଳ ମାତ୍ର ୨୫ ଓଭରରେ ୪ ୱିକେଟ୍ ବିନିମୟ ୨୫୧ ରନ କରି ସେମିଫାଇନାଲରେ ବିଜୟୀ ହୋଇ ଦୂତୀୟ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି । କଟକ ଦଳ ତରଫରୁ ଲଗାତାର ୨ଟି ଶତକ ମଧ୍ୟରେ ଶଶାଙ୍କ ଚନ୍ଦ୍।କର ମାତ୍ର ୭୦ ବଲରେ ୧୩୫ ରନ କରିଥିଲେ। ଆଜି ସେମିଫାଇନାଲ ମ୍ୟାଚ୍ର ଉଦଯାପିତ ସନ୍ଧ୍ୟା ଅବସରରେ ପଦ୍ମପୁର ବସ ମାଲିକ ସଂଘ ସଭାପତି ମନରଞ୍ଜନ ସିଂ ବରିହା ଓ ସମ୍ପାଦକ ଏସ କେ ସମିଉଲ୍ ହୁସେନ ଯୋଗ ଦେଇ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ଫରେଷ୍ଟ ଦଳର ଶଶାଙ୍କ ଚନ୍ଦ୍ରେ।କର କ୍ନୁ ପୁରସ୍କୃତ କରିଥିଲେ । ଆଜି ସେମିଫାଇନାଲର ମ୍ୟାଚକୁ ଅମ୍ପାୟାର ବଳରାମ ପଟ୍ଟନାୟକ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରୁଥିଲେ। ଆସନ୍ତା କାଲି ରବିବାର ବୋରା ସମ୍ବର କପ୍ କ୍ରିକେଟର ୨୭ତମ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପୋଲ ଏରେ ଏନ ଏସ ଏସ ଆଲାହାବାଦ ଓ ପୋଲ ବିରେ ଫରେଷ୍ଟ ଛତିଶଗଡ଼ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.