ସଡକ ସପ୍ତାହ ପାଳିତ

ମାଲକାନଗିରି,୧୪/୧: ମାଲକାନଗିରି ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ସଡକ ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ସଡକ ସପ୍ତାହ ପରିପ୍ରେକ୍ଷୀରେ କଲେଜର ଏନସିସି କ୍ୟାଡରମାନଙ୍କୁ ନେଇ ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିଥିଲେ। ମଟର ସାଇକେଲ ଚଳାଇଲା ବେଳେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିବା ସହ ମଦ ପିଇ ଗାଡି ଚଲାଇବା ବେଆଇନ। ଏଥିରେ ନିବୃତ ନହେଲେ ଜେଲ ଦଣ୍ଡ ସହ ଜୋରିମାନା ଆଦାୟ କରାଯିବ ବୋଲି ପ୍ରଶାସନ ତରଫରୁ ସଚେତନ କରାଯାଇଛି। ଲୋକେ ସଚେତନ ହେଲେ ଦୁର୍ଘଟଣା କମିବ ବୋଲି କୁହାଯାଇଥିଲା। ତୁରନ୍ତ ପହଞ୍ଚିବା ଅପେକ୍ଷା ବିଳମ୍ବରେ ପହଞ୍ଚିବା ଭଲ ବୋଲି କୁହାଯାଇଛି। ଲୋକଙ୍କ ମଧ୍ୟରେ ସଡକ ସୁରକ୍ଷା ସପ୍ତାହ ସଂପର୍କରେ ସଚେତନ କରାଇବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କୁହାଯାଇଥିଲା। ଏହି ଅବସରରେ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ , ଟ୍ରାଫିକ ଇନ୍ସପେକ୍ଟର ଦୀପକ କୁମାର ସାହୁ, ଅଧ୍ୟାପକ ରଞ୍ଜନ କୁମାର ସ୍ବାଇଁ, ଏମ ଭି ଆଇ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.