ତେଲେରାଇ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

କାଳିମେଳା, ତା ୦୧/୦୨: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ଗ୍ରାମ ଗ୍ରାମ ପଞ୍ଚାୟତରେ ଆଜି ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀନିବାସ ପଣ୍ଡା ପରିଚାଳନା କରି ପଞ୍ଚାୟତର ହିତ ଓ ଆବଶ୍ୟକ କାର୍ଯ୍ୟ ପଦ୍ଧତି ତଥା ଆବାସ ଯୋଜନା ହିତାଧିକାରୀ, ହରିଶ୍ଚନ୍ଦ୍ର ଯୋଜନା, ରାସନ କାର୍ଡର କେଉଁମାନେ ହିତାଧିକାରୀ ଏବଂ ଆଧାର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଯୋଡିବା ଓ ପଞ୍ଚାୟତର ଉନ୍ନତି ବିଷୟରେ ପୁକଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ତେଲେରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମୁଧୁସ୍ମିତା ମହାପାତ୍ର ସ୍ୱାସ୍ଥ୍ୟ ହିଁ ସମ୍ପଦକୁ ନେଇ ପରିଷ୍କାର ପରିଚ୍ଛନ୍ନତା ରହିବା, କୌଣସି ବେମାର ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ନିକଟସ୍ଥ ଆଶା, ଅଙ୍ଗନବାଡି କର୍ମୀଙ୍କ ସହ ପରାମର୍ଶ କରିବା ଓ ସମସ୍ତଙ୍କୁ ଶିକ୍ଷିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ବୈଠକକୁ ଆସିଥିବା ସମସ୍ତଙ୍କ ସୁବିଧା ଅସୁବିଧାକୁ ବୁଝି ସରପଞ୍ଚ ଶ୍ରୀ ମୁତା ସୋଢ଼ି ତାର ସମାଧାନ କରି ବୈଠକକୁ ଭଙ୍ଗ କରିଥିଲେ ।

Leave A Reply

Your email address will not be published.