ଗାଡ଼ିରୁ ଚେୟାର ଟେବୁଲ୍ ବୋହୁଛନ୍ତି ବିଦ୍ୟାଳୟ ଛାତ୍ର

କାଲିମେଳା: ରାଜ୍ୟରେ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ମୋ ସ୍କୁଲ ଯୋଜନାରେ ରୂପାନ୍ତରିତ କରି ପର୍ଯ୍ୟାପ୍ତ ପରିମାଣର ଟଙ୍କା ବ୍ୟୟବରାଦ କରୁଛନ୍ତି । ଯାହାଫଳରେ ବିଦ୍ୟାଳୟ ଗୁଡିକ ଏବେ ସ୍ମାର୍ଟ ବିଦ୍ୟାଳୟରେ ପରିଣତ ହୋଇଅଛି । କିନ୍ତୁ ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ପରିଲକ୍ଷିତ ହୋଇଛି । ତେବେ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ବେନିୟମ ଭାବେ ଛାତ୍ରୀମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଇବା ପରିଲକ୍ଷିତ ହେଉଛି । ଏପରି ଜ୍ଜଳନ୍ତ ଉଦାହରଣ ଦେଖି ବାକୁ ମିଳିଛି କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ପାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ । ଗତ ରବିବାର ଦିନ ଗମ୍ପାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଚାଲିଥିବା ବେଳେ ନୂଆ ଚ୍ୟାର ଟେବୁଲ୍ ବୋଝେଇ ଏକ ଗାଡ଼ି ପହଞ୍ଚିଥିଲା । ସେ ଚେୟାର ଟେବୁଲ୍ ଗୁଡ଼ିକୁ ଗାଡ଼ିରୁ ଆନଲୋଡ କରିବାକୁ ଛାତ୍ରଙ୍କୁ ନିୟୋଜିତ କରି ବିଦ୍ୟାଳୟ ପରିସରକୁ ନିଆଯାଇଛି । ଅଧ୍ୟୟନ କରିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ଏପରି ବିଭିନ୍ନ କାମରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଛାତ୍ର ଛାତ୍ରୀ ସଂଖ୍ୟା ଅନୁସାରେ କମ ଶିକ୍ଷକ, କେତେକ ସ୍ଥାନରେ ରାସ୍ତାଘାଟ ସମସ୍ୟାରୁ ଠିକ୍ ରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଆସିପାରୁ ନାହାଁନ୍ତି, କେତେକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ବିଦ୍ୟାଳୟକୁ ଯାଉନଥିବା ଆଦିର ଏଠାରେ ନଜିର ରହିଛି । ଯାହାଫଳରେ ମୈଳିକ ଶିକ୍ଷା ଏଠାରେ ବିପର୍ଯ୍ୟସ୍ତ ଥିବା ସମୟରେ ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀଙ୍କୁ ଗାଡ଼ିରୁ ଚେୟାର ଟେବୁଲ୍ ଆନଲୋଡ କରିବା କାମ କରାଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.