ରାଜ୍ୟସ୍ତରୀୟ ଇସଲାମିକ ଧର୍ମ ସଭା

କଟକ,(ନୃସିଂହ ଚରଣ ଦାସ ): ରାଜ୍ୟସ୍ତରୀୟ ଇସଲାମିକ ଧର୍ମ ସଭା ଇଜତମା । ଇଜତମା ଲାଗି କମ୍ପୁଛି କଟକ ଜିଲ୍ଲା ନିଶ୍ଚିତକୋଇଲ ବ୍ଲକର ସୁକରପଡା । ସୁକରପଡାରେ ଚାଲିଛି ୩ ଦିନିଆ ଧର୍ମସଭା । ଗତକାଲି ହୋଇଥିଲା ଆରମ୍ଭ । ଆଉ ଆସନ୍ତା କାଲି ହେବ ଉଦଯାପିତ । ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ପରି ଏକାଧିକ ରାଜ୍ୟରୁ ଆସିଛନ୍ତି ଧର୍ମଗୁରୁ । ସମସ୍ତ ଧର୍ମଗୁରୁଙ୍କ ଠାରୁ ଧର୍ମ ବିଷୟରେ ବିଭିନ୍ନ କଥା ଜାଣୁଛନ୍ତି ଲକ୍ଷାଧିକ ଇସଲାମିକ ଶ୍ରଦ୍ଧାଳୁ । ୩୬ ଏକର ଜମିରେ ଚାଲିଛି ଏଭଳି ଧାର୍ମିକ କାର୍ଯ୍ୟକ୍ରମ । ସବୁଠାରୁ ବଡ କଥା ହେଉଛି ହିନ୍ଦୁ ଭାଇମାନଙ୍କ ଜମିରେ ଚାଲିଛି ଇସଲାମିକ ଧର୍ମଚର୍ଚା । କାର୍ଯ୍ୟକ୍ରମ ସୁପରିଚାଳନା ଲାଗି ଗଢାଯାଇଛି ଶାନ୍ତିକମିଟି । ଯେଉଁଥିରେ ସଦସ୍ୟ ଅଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ଖାଲି ବିଧାୟକ ନୁହନ୍ତି ସ୍ଥାନୀୟ ବିଡ଼ିଓ, ତହସିଲଦାର, ଆଇଆଇସି ଓ ମେଡିକାଲ ଅଫିସରଙ୍କର ରହିଛି ସମ୍ପୂର୍ଣ୍ଣ ସହଯୋଗ । ଖାଲି ପ୍ରଶାସନିକ ଅଧିକାରୀ ନୁହନ୍ତି ସ୍ଥାନୀୟ ଜନପ୍ରତିନିଧି ବି ବଢାଇଛନ୍ତି ସହଯୋଗର ହାତ । ମୁସଲିମ ସମ୍ପ୍ରଦାୟର ସ୍ବେଚ୍ଛାସେବୀ ଯୁବକ ମାନେ ଭିଡକୁ କରୁଛନ୍ତି କଣ୍ଟ୍ରୋଲ । ରାଜ୍ୟର ୩୦ ଜିଲ୍ଲାରୁ ଆସିଥିବା ଧାର୍ମିକ ଶ୍ରଦ୍ଧାଳୁଙ୍କ ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ସଠିକ ଭାବରେ କରାଯାଉଛି ନିୟନ୍ତ୍ରଣ । ଧାର୍ମିକ ସଭାରେ ହେଉନି ଖାଲି ଧର୍ମ ପ୍ରଚାର, ଖୋଲିଛି ଏକାଧିକ ଷ୍ଟଲ । ବିଭିନ୍ନ ସାମଗ୍ରୀର ହେଉଛି କିଣା ବିକା । ଗୋଟିଏ ଜାଗାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମୁସଲିମ ଭାଇମାନଙ୍କ ମଧ୍ୟରେ ହେଉଛି ଭାବର ଆଦାନ ପ୍ରଦାନ । ଯାହାଦ୍ୱାରା ବଢୁଛି ଭାତୃତ୍ୱର ଭାବ । ମାତ୍ର ଏହି ଧର୍ମସଭାରେ ସାମିଲ କରାଯାଇନି ମୁସଲିମ ମହିଳାଙ୍କୁ ।

Leave A Reply

Your email address will not be published.