କୋଟପାଡ ଠାରେ ଏମସିଏଲ କମ୍ପାନୀ ଉଦଘାଟିତ

କୋଟପାଡ: ଆଜି କୋଟପାଡ ରାଜୀବ ଗାନ୍ଧୀ ଲାଇବ୍ରେରୀ ଭବନର ଉପର ମହଲାରେ ଓଡ଼ିଶାର ପ୍ରଥମ ମୀରା କ୍ଲିନ୍ ଲିମିଟେଡ (ଏମସିଏଲ) କମ୍ପାନୀ ଉଦଘାଟିତ ହୋଇଯାଇଛି । ଏହି କମ୍ପାନୀର ଓଡ଼ିଶାର ମୁଖ୍ୟ ପ୍ରତାପ ରଞ୍ଜନ ବେହେରା ରହିଛନ୍ତି ଓ ତାଙ୍କ ନେତୃତ୍ଵରେ ଆରମ୍ଭ ହୋଇଯାଇଛି । କୋଟପାଡ କମ୍ପାନୀର ଚେୟାରମ୍ୟାନ ଭାବେ ସିଦ୍ଧାର୍ଥ ମହାନ୍ତି, ଡାଇରେକ୍ଟର ଭାବେ ପ୍ରକାଶ ଚନ୍ଦ୍ର ମହାନ୍ତି, ଆବାହକ ଭାବେ ରଞ୍ଜିତ ପାତ୍ର, କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓକିଲ୍ ସଂଘର ସଭାପତି ଭାବେ ମଣି ପ୍ରସାଦ ପଟ୍ଟନାୟକ ରିବନ କାଟି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ଏମ ଶଙ୍କର ରାଓ, ପ୍ରେସ କ୍ଲବ ସଭାପତି ପଙ୍କଜ କୁମାର ପାତ୍ର, ଗୋପବନ୍ଧୁ ପାଠାଗାର ସଭାପତି ଗଣେଶ ପଣ୍ଡା, ବରିଷ୍ଠ ଅଧିବକ୍ତା ଜିତେନ୍ଦ୍ର ନାଥ ମହାପାତ୍ର, ଭାରତ ମିଡିଆ ସଭାପତି ଅଜୟ ମିଶ୍ର, ଟାଉନ ଯୁବ କଂଗ୍ରେସ ସଭାପତି ଶଙ୍କର ପଣ୍ଡା, ବିଧାୟକ ପ୍ରତିନିଧି ପ୍ରଦୀପ ବକ୍ସି, ଜିଲ୍ଲା କଂଗ୍ରେସ ଉପସଭାପତି ହରିଶ୍ ପଟ୍ଟନାୟକ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମୁନା ଖାଁ, ଏମସିଏଲ ପ୍ରତି ପଞ୍ଚାୟତର ମୁଖ୍ୟ, ଯୁବ ନେତା ସନ୍ତୋଷ ମିଶ୍ର, କାଳୀ ହୋତା ଓ ବିଭିନ୍ନ ଅଞ୍ଚଳର ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କମ୍ପାନୀ ଆରମ୍ଭ ହେବା ଫଳରେ ଚାଷୀଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ ବୋଲି ବକ୍ତାମାନେ ପ୍ରକାଶ କରିଥଲେ । ବର୍ଷକୁ ପ୍ରତି ଏକରରୁ ୨ ଲକ୍ଷ କମ୍ରେ ଆଦାୟ ହେବ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି । ଏହି ନେପିୟର ଘାସ ଜମିରେ ଲଗେଇଲେ ପ୍ରତି ବର୍ଷ ୩ ଥର କଟିଙ୍ଗ ହେବୁ ଏବଂ କମରେ ଚାଷୀ ୨ ଲକ୍ଷ୍ୟ ଟଙ୍କା ଲାଭ ପାଇବେ । ପ୍ରତିବର୍ଷ ଆମ ଦେଶରୁ ୧୬ ଲକ୍ଷ୍ୟ ହଜାର କୋଟି ଟଙ୍କା ବାହାର ଦେଶକୁ ଚାଲି ଯାଉଛି । ଏହା ପୁରା ପ୍ରଦୂଷଣ ମୁକ୍ତ ଏହା ଅଟୋ, ମୋଟର ସାଇକେଲ ଏବଂ ଅନ୍ୟ ଗାଡ଼ିରେ CNG ଗ୍ୟାସ ବ୍ୟବହୃତ ହେବ, ବାୟୁ CNG, କୁକିଙ୍ଗ ଗ୍ୟାସ ପ୍ରଭୃତି ଆରମ୍ଭ ହେବ ପ୍ରଥମେ ଧାର୍ଗୁଡ଼ି, ହରଦଲି ଗ୍ରାମ ଠାରେ ପ୍ଲାଣ୍ଟ ବସି ଉତ୍ପାଦନ ଆରମ୍ଭ ହେବ । ପ୍ରଥମେ କମ୍ପାନୀ ଚାଷୀ ମାନଙ୍କୁ ମାଗଣାରେ ଚାରା ପ୍ରଦାନ କରିବେ ଏବଂ ଅମଳ ପରେ ପଇସା ଗ୍ରହଣ କରିବ । ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ମିଶି ଲାଭ ପାଇବା ପାଇଁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.