ବାପାଙ୍କ ପ୍ରତି ଦୁର୍ବ୍ୟବହାର ସହି ନ ପାରି ଫିନାଇଲ ପିଇଲେ ନବମ ଶ୍ରେଣୀ ଛାତ୍ରୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ସଦର ମହକୁମାସ୍ଥିତ ଏସଏସଡି ବାଳିକା ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁମିତ୍ରା ଖରା ଗତକାଲି ଫିନାଇଲ ପିଇ ଗୁରୁତର ହୋଇ ଚିତ୍ରକୁଣ୍ଡା ମେଡିକାଲରେ ଭର୍ତ୍ତି ହୋଇଥବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୁମିତ୍ରା ଖରା ପେଟ ବ୍ୟଥା ଯୋଗୁଁ ବାପାଙ୍କ ସହ ନିଜ ଘରକୁ ଯିବାପାଇଁ ଅନୁମତି ସ୍କୁଲ ମ୍ୟାଟ୍ରନଙ୍କୁ ଅନୁମତି ମାଗିଥିଲେ। କିନ୍ତୁ ମ୍ୟାଟ୍ରନ ମାଡାମ ଛାତ୍ରୀଙ୍କ ବାପାଙ୍କୁ ଅସମ୍ମାନ ସହ ଜାତିଆଣ ଗାଳିଗୁଲଜ କରିଥିଲେ ମାଡାମ। ବାପାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ସହ୍ୟ କରି ନପାରି ଫିନାଇଲ ପିଇଦେଇଥିଲେ ଛାତ୍ରୀ। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଗତକାଲି ରାତିରେ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା।

ଛାତ୍ରୀଙ୍କ ବାପା ଜଗବନ୍ଧୁ ଖରାଙ୍କ କହିବା ଅନୁଯାୟୀ ମ୍ୟାଟ୍ରନ ମ୍ୟାଡମ ଦେଶିଆ କହି ବାପା ଓ ଝିଅଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ଆଦିବାସୀ ଲୋକ ଡାଳପତ୍ର ଖାଇ ଜଙ୍ଗଲରେ ରୁହ ବୋଲି ଆକ୍ଷେପ କରିଥିଲେ। ଝିଅ ନିଜ ସମ୍ମୁଖରେ ବାପାଙ୍କ ପ୍ରତି ଦୁର୍ବ୍ୟବହାର ସହ୍ୟ ନକରି ପାରି ରାତିରେ ଫିନାଇଲ ପିଇଦେଇଥିବା ପୁଲିସ ଆଗରେ ପ୍ରକାଶ କରିଛି। ଚିକିତ୍ସା କରୁଥିବା ଡାକ୍ତର ଜ୍ୟୋତି ପ୍ରକାଶଙ୍କ କହିବା ଅନୁଯାୟୀ କାଲି ରାତିରେ ଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଅଛି ।

Leave A Reply

Your email address will not be published.