ରାଜ୍ୟ ବଜେଟ୍‌ ସୁନ୍ଦର ହୋଇଛି, ଲୋକଙ୍କ ବଜେଟ୍‌: ମାନସ ମଙ୍ଗରାଜ

ଭୁବନେଶ୍ୱର, ୨୪/୦୨: ନବୀନ ନିବାସରେ ବଜେଟ ପରବର୍ତ୍ତୀ ଆଲୋଚନା ଅନୁଷ୍ଠିତ ହୋଇଛି। ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ନବୀନ ନିବାସ ଡାକିଥିଲେ। ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ ଓ ଲେନିନ ମହାନ୍ତି।

ମାନସ କହିଛନ୍ତି ଯେ, ବଜେଟ ହୋଇଛି ସୁନ୍ଦର। ଲୋକଙ୍କ ବଜେଟ। ସେଥିପାଇଁ ବିଧାୟକ ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲୋକଙ୍କ ପାଖକୁ ଯାଇ ବଜେଟ ବାବଦରେ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ବ୍ଲକରେ ସମ୍ମିଳନୀ କରାଯାଇ ଲୋକଙ୍କୁ ବଜେଟ ବାବଦରେ ଅବଗତ କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.