ପରିବର୍ତ୍ତନ ସମାରୋହ ବେଶ ଅନୁଷ୍ଟିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପାଞ୍ଚୟତ ଜାବାନ ପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପରିବର୍ତ୍ତନ ସମାରୋହ ବେଶ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଯୋଗଦେଲେ ସ୍ୱତନ୍ତ୍ର ଉନୟନ୍ନ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା l ଏଥି ସହିତ ଵକ୍ତା ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଦେଇଥିଲେ l ଏବଂ ଅତି ଉଚ୍ଚ ମାନର ଶିକ୍ଷକ ଏବଂ ସ୍କୁଲ ସହ ଯୋଡ଼ିତ ସ୍ଥାନୀୟ ବରିଷ୍ଟ ମାନଙ୍କୁ ପୁରସ୍କୃତ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ମଧ୍ୟ ବଣ୍ଟନ କରିଥିଲେ l ଆଜିର ଏହି ପରିବର୍ତ୍ତନ ସମାରୋହରେ ଛାତ୍ରୀ ଛାତ୍ରୀ ମାନେ ଅତି ସୁନ୍ଦର ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡିଓ, ମାଲକାନଗିରି ବିଓ, କାଲିମେଳା, ପିଏମ ଆରଡି ମଧ୍ୟପ୍ରଦେଶ ଧର୍ମେନ୍ଦ୍ର ଜି, ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବ୍ୟାତିତ ସ୍ଥାନୀୟ ସରପଞ୍ଚ ସ୍କୁଲ ପ୍ରେସିଡେଣ୍ଟ ଓ ସ୍କୁଲର ସମସ୍ତ ଶିକ୍ଷକ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ l

Leave A Reply

Your email address will not be published.