ମାଲକାନଗିରି ବାର ଆସୋସିଏସନର ନୂତନ କର୍ମକର୍ତା ଚୟନ

ମାଲକାନଗିରି, ୧୨/୦୩: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଜର୍ଜ କୋର୍ଟ ପରିସରରେ ଥିବା ମାଲକାନଗିରି ଜିଲ୍ଲା ବାର ଆସୋସିଏସନର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ହୋଇଯାଇଛି । ଏହି ନୂତନ କର୍ମକର୍ତା ଚୟନରେ ସଭାପତି ଭାବେ ନିଦ୍ୱର୍ନ୍ଦରେ ଲମ୍ବୋଦର ତୁରୁକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଜସେଫ୍ ଜେମ୍ସ,, ସମ୍ପାଦକ ଭାବେ ନୃସିଂହ ଚରଣ ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ ଭବତୋଷ ବିଶ୍ୱାସ, କୋଷାଧ୍ୟକ୍ଷ ଭାବେ ବିଭୁ ଅସିଦାନ ସଗରିଆ ନିର୍ବାଚିତ ହୋଇଥିଲେ । ତେବେ ଆଜିର ଏହି ନିର୍ବାଚନ ପ୍ରକ୍ରିୟାରେ ସମସ୍ତେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ଏହି ନିର୍ବାଚନ ପରିଚାଳନା କରିଥିଲା ବେଳେ ଆସନ୍ତାକାଲି ଏହା ବିଧିବଧ ଭାବେ ଘୋଷଣା କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.